ଭୁବନେଶ୍ୱର/ ବ୍ୟୁରୋ ରିପୋର୍ଟ, ୧୩/୧୦: ନିଶା ମେଡିସିନ ମହଜୁଦ ଓ ବେଆଇନ ବିକ୍ରୟକୁ ନେଇ ରାଜଧାନୀରେ ବଡ ଧରଣର ଚଢ଼ାଉ। ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଆଜି ଏକାଧିକ ମେଡିସିନ ଦୋକାନରେ ଅତର୍କିତ ଯାଞ୍ଚ କରାଯାଇଛି। ବିଶେଷକରି ନିଶା ମେଡିସିନ ମହଜୁଦ ଆଉ ବିକ୍ରୟ ଉପରେ ଚଢ଼ାଉ ହେଉଛି ।
ଡିପ୍ରେସନ ତଥା ମାନସିକ ରୋଗୀଙ୍କ ପାଇଁ ଡାକ୍ତର ଏହି ନିଶା ମେଡିସିନ ଗୁଡିକୁ ପେଷ୍କ୍ରାଇବ କରିଥାନ୍ତି ।ତେବେ ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଭଳି ମେଡିସିନ ଦେବା ଦଣ୍ଡନୀୟ ଅପରାଧ । ହେଲେ କିଛି ମେଡିସିନ ଦୋକାନୀ ଏହି ନିୟମକୁ ଉଲଂଘନ କରିଥିବା ନଜିର କୁ ଆସୁଛି । ଏହାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।
ସୂଚନା ଅନୁଯାୟୀ ବିନା ପ୍ରେସକ୍ରିପସନରେ ନିଶା ବଟିକା, କଫ୍ ସିରପ୍ ବିକ୍ରି ହେଉଥିବା ଅଭିଯୋଗ ପରେ ଏହି ଚଢ଼ାଉ। କିଛି ଦୋକାନରୁ ବିପୁଳ ପରିମାଣର ନିଷିଦ୍ଧ ଔଷଧ ଜବତ ହୋଇଥିବା ଜଣାପଡିଛି। ବିଭାଗ ପକ୍ଷରୁ ଲାଇସେନ୍ସ ଯାଞ୍ଚ ଓ ଷ୍ଟକ୍ ମେଳକ କରାଯାଉଛି। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଚେତାଇଛି।













Leave a Reply