ସ୍ୱଚ୍ଛ ଶାସନ ଓ ଉଚ୍ଚ ବିଚାରର ଏକ ଅନନ୍ୟ ପ୍ରତୀକ ନବକୃଷ୍ଣ ଚୌଧୁରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୪/୬ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ବିଧାନସଭା ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ସେ କହିଛନ୍ତି, ସେ ଥିଲେ ସରଳ ଜୀବନଯାପନ, ସ୍ୱଚ୍ଛ ଶାସନ ଓ ଉଚ୍ଚ ବିଚାରର ଏକ ଅନନ୍ୟ ପ୍ରତୀକ। ଜନସାଧାରଣଙ୍କ କଲ୍ୟାଣ ତଥା ପ୍ରଗତି ପାଇଁ ତାଙ୍କର ସେବା ଓ ନିଷ୍ଠା ସଦାସର୍ବଦା ଅବିସ୍ମରଣୀୟ। ଏକ ସମୃଦ୍ଧ, ବିକଶିତ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ଦିଗରେ ତାଙ୍କର ଆଦର୍ଶ, ନୀତି ଓ ମୂଲ୍ୟବୋଧ ଆମକୁ ନିରନ୍ତର ପ୍ରେରଣା ଯୋଗାଇବ।

Leave a Reply

Your email address will not be published. Required fields are marked *