ଇତିହାସ ରଚି ଅନ୍ତର୍ଜାତୀୟ ଫୁଟବଲରୁ ବିଦାୟ ନେଲେ ମେସି

ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ଅନ୍ତର୍ଜାତୀୟ ଫୁଟବଲରୁ ଆନୁଷ୍ଠାନିକ ଭାବେ ବିଦାୟ ନେଲେ ଲିଓନେଲ ମେସି। ୨୧ ବର୍ଷର କ୍ୟାରିଅରରେ ୨୦୮ ମ୍ୟାଚରେ ୧୨୬ ଗୋଲ୍ କରି ବିଦାୟ ନେଇଛନ୍ତି ମେସି | କେବଳ ଆର୍ଜେଣ୍ଟିନା ନୁହେଁ ବଂର ସମଗ୍ର ବିଶ୍ବର ମହାନ ଫୁଟବଲ ଷ୍ଟାର ମେସି ନିଜ ଘରୋଇ ମାଟିରେ ଶେଷ ଥର ଲାଗି ମୈଦାନକୁ ଓହ୍ଲାଇଥିଲେ । ବେନିନ ବିପକ୍ଷ ମ୍ୟାଚ୍ ରେ ଅନ୍ତିମ ଥର ପାଇଁ ଆର୍ଜେଣ୍ଟିନାର ଆଇକନିକ୍ ନୀଳ-ଧଳା ରଙ୍ଗର ଜର୍ସିରେ ପଡ଼ିଆକୁ ଓହ୍ଲାଇଥିଲେ ମେସି । ବେନିନ ବିପକ୍ଷ ବିଦାୟୀ ମ୍ୟାଚରେ ୩-୦ ରେ ଜିତିଥିଲେ ଆର୍ଜେଣ୍ଟିନା। ମେସି ଗୋଟିଏ ଗୋଲ୍ ଓ ଦୁଇଟି ଆସିଷ୍ଟ କରିଥିଲେ |

ବେନିନ୍ ବିପକ୍ଷ ଏହି ମ୍ୟାଚ୍ ଆର୍ଜେଣ୍ଟିନାର ବେଶ ପରିଚିତ ମେସିଙ୍କ ‘୧୦ ନମ୍ବର’ ଜର୍ସିକୁ ଆବେଗଭରା ବିଦାୟର ଏକ ମଞ୍ଚ ପାଲଟିଥିଲା । ଷ୍ଟାଡ଼ିୟମରେ ହଜାର ହଜାର ଫ୍ୟାନ୍ସ ଆର୍ଜେଣ୍ଟିନାର ନୀଳ-ଧଳା ଜର୍ସିରେ ମେସିଙ୍କୁ ଶେଷ ଥର ଲାଗି ଦେଖିବା ପାଇଁ ଏକାଠି ହୋଇଥିଲେ । ବୁଏନସ ଆରିଜର ସବୁଠୁ ବଡ଼ ଷ୍ଟାଡ଼ିୟମ ପାଇଁ ୮୫ ହଜାରରୁ ଉର୍ଦ୍ଧ୍ବ ଟିକେଟ୍ ମାତ୍ର ୯୦ ମିନିଟ୍ ରେ ଶେଷ ହୋଇଥିଲା ।

ଏହି ବିଜୟ ସହ ମେସିଙ୍କ ୨୧ ବର୍ଷର ଲମ୍ବା ଅନ୍ତର୍ଜାତୀୟ ଫୁଲବଲ କ୍ୟାରିୟର ଶେଷ ହୋଇଛି । ଯେଉଁଥିରେ ୧୨୬ ଗୋଲ, ୭୦ ଆସିଷ୍ଟ ,୧୧ଟି ହ୍ୟାଟ୍ରିକ୍, ଗୋଟିଏ ବିଶ୍ବକପ ଓ ଦୁଇଟି କୋପା ଆମେରିକା ଟ୍ରଫି ସାମିଲ ରହିଛି । ୨୬ ବର୍ଷ ପୂର୍ବେ ମେସି ରୋଜାରିଓଠାରେ ସ୍ପାନିଶ କ୍ଲବ ବାର୍ସେଲେନାର ୟୁଥ୍ ଏକାଡ଼େମୀରେ ଯୋଗଦାନ ସହ ଫୁଲବଲରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ମେସି ତାଙ୍କ ତିନି ପୁଅଙ୍କ ସହ ମୈଦାନକୁ ପ୍ରବେଶ କରିବା ମାତ୍ରେ ଷ୍ଟାଡ଼ିୟମଟି ଆତସବାଜିରେ କମ୍ପି ଉଠିଥିଲା । ଜାତୀୟ ସଙ୍ଗୀତ ବାଜିବା ସମୟରେ ଭାବବିହ୍ବଳ ହୋଇପଡ଼ିଥି୍ଲେ ମେସି ।

Leave a Reply

Your email address will not be published. Required fields are marked *