ଖବର ଓ ଖବରଦାତା ସମାଜର ମାର୍ଗଦର୍ଶକ ହୁଅନ୍ତୁ : ଡଃ.ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର,୩/୮ : ଗଣମାଧ୍ଯମ ସମାଜର ପଥପ୍ରଦର୍ଶକ ହୁଅନ୍ତୁ I ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଉଭୟ ଛାପା ଓ ବୈଦୁତିକ ଗଣମାଧ୍ଯମ ସଠିକ୍ ଓ ଅନୂସନ୍ଧାନମୂଳକ ଖବର ପରିବେଷଣ କରି ଲୋକଙ୍କ ନିକଟତର ହୁଅନ୍ତୁ, ଫାଇନାନ୍ସିଆଲ ନ୍ୟୁଜ୍ ର ଭୁବନେଶ୍ଵର ସଂସ୍କରଣ ଉନ୍ମୋଚିତ ହେବା ଅବସରରେ ଏଭଳି କହିଛନ୍ତି ବାଚସ୍ପତି ସୁରମା ପାଢୀ I ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଫାଇନାନ୍ସିଆଲ ନ୍ୟୁଜ୍ ରାଜ୍ୟର ବିକାଶ ସହ ଆର୍ଥିକ ବିଶ୍ଳେଷଣ ଉପରେ ଗୁରୁତ୍ଵ ଦେବା ସହ, ସ୍ଵାସ୍ଥ୍ୟସେବା ବିକାଶର ଏକ ଅବିଛେଦ୍ୟ ଅଙ୍ଗ, ସୁସ୍ଥ ସମାଜ ସୁସ୍ଥ ଅର୍ଥନୀତିର ବାର୍ତ୍ତାବହ ବୋଲି ସେ କହିଥିଲେ I ଜଣେ ବ୍ୟକ୍ତି ଯଦି ଜୀବନରେ ନିଷ୍ପଭି ନିଏ ଯେ, ମୁଁ କେବେ ହାରିବି ନାହିଁ କି ପଛକୁ ହଟିବି ନାହିଁ, ତେବେ ସେଭଳି ବ୍ୟକ୍ତି ଚିରସବୁଜ ଓ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ହୁଏ ବୋଲି ଡକ୍ଟର ପାଣିଗ୍ରାହୀ କହିଥିଲେ I ମଣିଷ ସବୁବେଳେ ମୁକ୍ତ କିନ୍ତୁ, ପରିସ୍ଥିତି ତାକୁ ସର୍ବଦା ନିଜ ସୀମା ମନେ ପକାଇଦେଇଥାଏ।

ଜଣେ ସ୍ଵାଧିନତା ଉପ‌ଭୋଗ କରିବା ସଙ୍ଗେସଙ୍ଗେ ନିଜ କର୍ତ୍ତବ୍ୟ ଓ ଦାୟୀତ୍ବବୋଧ ସଂପର୍କରେ ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କହିଥିଲେ I ପ୍ରେସ କାଉନସିଲ୍ ଅଫ ଇଣ୍ଡିଆର ସଦସ୍ୟ ସୁଧର କୁମାର ପଣ୍ଡା କହିଥିଲେ ଯେ, ଓଡ଼ିଶାରେ ଫାଇନାନ୍ସିଆଲ ନ୍ୟୁଜ୍ ଖୁବ୍‌ଶୀଘ୍ର ଲୋକଙ୍କ ସ୍ମର ପାଲଟିବ, ସେହିପରି ଫାଇନାନ୍ସିଆଲ ନ୍ୟୁଜ୍‌ର ସମ୍ପାଦକ ଅଶୋକ କୁମାର ପଣ୍ଡା କହିଥିଲେ ଯେ ମିଡିଆର କ୍ରେଡିବିଲିଟି ଓ ଟ୍ରାନ୍ସପରେନ୍ସି ହିଁ ତାର ଅସଲ ସମ୍ପତ୍ତି, ଅନେକ ଖବର କାଗଜ ମଧ୍ଯରେ ନିଜ ସ୍ଵତନ୍ତ୍ରତା ସୃଷ୍ଟି କରିବା ନିଶ୍ଚିତ ରୂପେ ଏକ ଚ୍ୟାଲେଞ୍ଜ ହେବ ଏବଂ ଏଥିପାଇଁ ତାଙ୍କ ଟିମ୍ ସର୍ବଦା ପ୍ରସ୍ତୁତ I କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲର ଅଧିକ୍ଷକ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ କିପରି ମଣିଷର ବ୍ୟକ୍ତିତ୍ବକୁ ପ୍ରଭାବିତ କରେ ସେ ନେଇ ନିଜ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *