ଭୁବନେଶ୍ୱର/ନୂଆଦିଲ୍ଲୀ, ୪/୧୦: ଦଶହରା ପୂର୍ବରୁ ପୁଣି ଭିଜିବ ଓଡ଼ିଶା। ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହୋଇଛି । ଅକ୍ଟୋବର ମଧ୍ୟଭାଗରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD)ର ବିସ୍ତାରିତ ରେଞ୍ଜ୍ ଆଉଟଲୁକ୍ରେ ସଙ୍କେତ ମିଳିଛି।
ଅକ୍ଟୋବର ୧୨ ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ୧୩ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଅକ୍ଟୋବର ୧୫ ବେଳକୁ ଅବପାତ (Depression) ରେ ପରିଣତ ହେବା ସମ୍ଭାବନା ରହିଛି। ଅକ୍ଟୋବର ୧୫ ଯାଏ ବଡ଼ ବର୍ଷା ନାହିଁ, କିନ୍ତୁ ଅକ୍ଟୋବର ୧୭-୧୮ (ଦଶହରା ବେଳେ) ବର୍ଷା ବଢିପାରେ । ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ନିକଟରେ ରହିବା ସମ୍ଭାବନା ରହିଛି ।
କିନ୍ତୁ ଏହି ସମ୍ଭାବନା ଏବେ ବି କମ୍ ରହିଛି। କିଛି ରିପୋର୍ଟ ଅନୁସାରେ, IMD ଏହାର ଅବପାତରେ ପରିଣତ ହେବାର ସମ୍ଭାବନାକୁ ପ୍ରାୟ ୧ରୁ ୩୩ ପ୍ରତିଶତ ମଧ୍ୟରେ ରଖିଛି।













Leave a Reply