ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ବେଶର ଦିବ୍ୟ ଦର୍ଶନ ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି ଓ ସମୃଦ୍ଧି ଭରିଦେଉ : ସୁମିତ୍ରା ପଣ୍ଡା

ଭୁବନେଶ୍ବର,୨୫/୭ : ପବିତ୍ର ସୁନାବେଶ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମାଜସେବୀ ସୁମିତ୍ରା ପଣ୍ଡା । ସେ କହିଛନ୍ତି, ସୁନାବେଶର ଏହି ମହାନ ଓ ପବିତ୍ର ଅବସରରେ ସମସ୍ତଙ୍କୁ ଅନ୍ତରରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ବେଶର ଦିବ୍ୟ ଦର୍ଶନ ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ପ୍ରଭୁଙ୍କ ଆଶୀର୍ବାଦରେ ସମସ୍ତଙ୍କ ମନରୁ ଦୁଃଖ ଦୂର ହୋଇ ସୁଖ, ସଫଳତା ଓ ସୌଭାଗ୍ୟର ଆଗମନ ହେଉ। ଏହି ପବିତ୍ର ପର୍ବ ଆମ ମଧ୍ୟରେ ଭକ୍ତି, ଭାଇଚାରା ଓ ମାନବିକତାର ଭାବନାକୁ ଆହୁରି ମଜବୁତ କରୁ । ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *