ପୁଣି ଫେରିଲା କଳିଙ୍ଗ ଷ୍ଟୁଡିଓ: ୧୬୪ କୋଟିରେ ନବକଳେବର, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୫/୧୦: ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟୁଡିଓର ହେଲା ନବକଳେବର | ଅକ୍ଟୋବର ୫ ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭବ୍ୟ ଉଦ୍‌ଘାଟନ କରିବେ। ନୂଆ ଷ୍ଟୁଡିଓରେ ସାଉଣ୍ଡପ୍ରୁଫ୍ ଫ୍ଲୋର, ହାଇ-ଏଣ୍ଡ ଏଡିଟିଂ, ଭିଜୁଆଲ ଇଫେକ୍ଟସ, ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ, ଗାଁ ପରିବେଶ ଭଳି ଥିମ୍ ସେଟ୍, ଆମ୍ୟୁଜମେଣ୍ଟ ପାର୍କ ଓ ପର୍ଯ୍ୟଟନ ଆକର୍ଷଣ ରହିଛି।

୧୯୮୦ ରେ ସ୍ଥାପିତ ଏହି ଷ୍ଟୁଡିଓ ଓଲିଉଡର ପ୍ରାଣକେନ୍ଦ୍ର। ଏହା ଓଡ଼ିଆ ସିନେମାକୁ ନୂଆ ସଞ୍ଜୀବନୀ ଦେବ। ୧୯୮୦ ରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସ୍ଥାପିତ ହୋଇଥିଲା | ଦୀର୍ଘ ୪୦ ବର୍ଷ ଧରି ଓଲିଉଡର ୯୦% ସିନେମା ଏଠାରେ ଶୁଟିଂ ହୋଇଛି।
୨୦୧୫ ପରେ ଭିତ୍ତିଭୂମି ପୁରୁଣା ହୋଇଯିବାରୁ ପ୍ରଯୋଜକ ହାଇଦ୍ରାବାଦ, ମୁମ୍ବାଇ ଯାଉଥିଲେ।

ଓଡ଼ିଆ ଫିଲ୍ମ ସହ ହିନ୍ଦୀ, ବଙ୍ଗଳା ନିର୍ମାତା ମଧ୍ୟ ଆକୃଷ୍ଟ ହେବେ। ଯୁବ ପ୍ରତିଭାଙ୍କୁ କାମ ମିଳିବ। ପର୍ଯ୍ୟଟନ ସ୍ଥଳୀ ଭାବେ ମଧ୍ୟ ବିକଶିତ ହେବ।

Leave a Reply

Your email address will not be published. Required fields are marked *