ଜିଓର ଲୋକପ୍ରିୟ ୨୯୯ଟଙ୍କାର ମାସିକ ପ୍ଲାନ ସହିତ ୫୦୦୦ଜିବି ଷ୍ଟୋରେଜ, ଗୁଗଲ ଜେମିନୀ ପ୍ରୋ ଓ ଜିଓ ହଟଷ୍ଟାର ସବସ୍କ୍ରିପସନ ସୁବିଧା

ଭୁବନେଶ୍ୱର,୧୯/୮ : ଟେଲିକମ୍ ବଜାରରେ ରିଚାର୍ଜ ମୂଲ୍ୟ ପୁଣି ଚର୍ଚ୍ଚାରେ ରହିଥିବାବେଳେ ଜିଓ ଏହାର ଲୋକପ୍ରିୟ ୨୯୯ ଟଙ୍କାର ୨୮ ଦିନ ଅବଧିର ପ୍ଲାନ ଜାରି ରହିଥିବା ଘୋଷଣା କରିଛି । ଏହି ପ୍ଲାନରେ ପୂର୍ବ ଭଳି ଦୈନିକ ଦେଢ଼ ଜିବି ହାଇସ୍ପିଡ଼ ଡାଟା ସହ ଏବେ ମିଳିବ ୫୦୦୦ଜିବି ଷ୍ଟୋରେଜ, ଗୁଗଲ ଜେମିନୀ ପ୍ରୋ ଏବଂ ଜିଓ ହଟଷ୍ଟାର ସବସ୍କ୍ରିପସନ। ଜିଓ ସ୍ପଷ୍ଟ କରିଛି ଯେ ଏହାର ବର୍ତ୍ତମାନ ରହିଥିବା ୨୯୯ ଟଙ୍କା ମୂଲ୍ୟର ୨୮ ଦିନ ଅବଧିର ପ୍ଲାନ ଜାରି ରହିବ ଏବଂ ଏହା ସହିତ ଗ୍ରାହକଙ୍କୁ ମିଳିବ ୫୦୦୦ ଜିବି ଷ୍ଟୋରେଜ, ଗୁଗୁଲ ଜେମିନୀ ପ୍ରୋ ଓ ଜିଓ ହଟଷ୍ଟାର ସବସ୍କ୍ରିପସନ ଭଳି ଅତିରିକ୍ତ ସୁବିଧା।

ଗ୍ରାହକମାନଙ୍କର ସୁବିଧା ପାଇଁ ଜିଓ ପକ୍ଷରୁ ଲୋକପ୍ରିୟ ଜିଓପ୍ରାଇମ୍ ସବସ୍କ୍ରିପସନ ପୁଣି ଥରେ ଫେରିଥିବା ଘୋଷଣା କରାଯାଇଛି। ଏଥିସହିତ ଯେଉଁମାନେ ବର୍ଦ୍ଧିତ ମୋବାଇଲ୍ ରିଚାର୍ଜ ଖର୍ଚ୍ଚକୁ ଏଡାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଜିଓ ପ୍ରାଇମ୍ ଏକ ବର୍ଷର ମୂଲ୍ୟ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଆଗେଇ ଆସିଛି। ୩୦୦ ଟଙ୍କାର ଏକକାଳୀନ ସବସ୍କ୍ରିପସନ୍ ଫି ଦେଇ, ଗ୍ରାହକମାନେ ସେପ୍ଟେମ୍ବର ୫, ୨୦୨୭ ପର୍ଯ୍ୟନ୍ତ ସେମାନଙ୍କର ଏବେ ରହିଥିବା ଜିଓ ପ୍ଲାନର ବର୍ତ୍ତମାନର ମୂଲ୍ୟକୁ ଲକ୍ କରିପାରିବେ। ଏହାର ଅର୍ଥ ପ୍ରାଇମ୍ ସଦସ୍ୟମାନେ ସବସ୍କ୍ରିପସନ୍ ଅବଧି ମଧ୍ୟରେ ବର୍ତ୍ତମାନର ପ୍ଲାନ ଦରରେ ସେମାନଙ୍କର ପ୍ଲାନଗୁଡ଼ିକୁ ରିଚାର୍ଜ କରିପାରିବେ।

ଏହାର ଏକ ପ୍ରମୁଖ ଲାଭ ହେଉଛି ଯେ ପ୍ରାଇମ୍ ସବସ୍କ୍ରିପସନ୍ ପରେ ଗ୍ରାହକମାନେ କୌଣସି ଗୋଟିଏ ପ୍ଲାନରେ ଲକ୍ ହେବେ ନାହିଁ; ସେମାନେ ପ୍ରାଇମ୍ ସଦସ୍ୟତାର ଲାଭ ଉପଭୋଗ କରିବା ସମୟରେ ଅନ୍ୟ ଜିଓ ପ୍ଲାନକୁ ସ୍ୱିଚ୍ କରିପାରିବେ। ଜିଓ ପ୍ରାଇମ୍ ଚଳିତ ଅଗଷ୍ଟ ୨୦ ତାରିଖରୁ ଉପଲବ୍ଧ ହେବ। ଗ୍ରାହକମାନେ ମାଇଁ ଜିଓ ଆପ୍, ଜିଓ ୱେବସାଇଟ ଜିଓ ଡଟ କମ, ଜିଓ ଷ୍ଟୋର କିମ୍ବା ଅଧିକୃତ ଜିଓ ପାର୍ଟନର ଷ୍ଟୋର ମାଧ୍ୟମରେ ସବସ୍କ୍ରାଇବ କରିପାରିବେ। ପ୍ରାଇମ୍ ପୂର୍ବରୁ ଥିବା ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ସହିତ ନୂତନ ଜିଓ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ। ଅନ୍ୟ ନେଟୱାର୍କର ଗ୍ରାହକମାନେ ସେମାନଙ୍କର ନମ୍ବର ପୋର୍ଟ କରି କିମ୍ବା ଏକ ନୂତନ ଜିଓ ସଂଯୋଗ ସହିତ ଏଥିରେ ଯୋଗ ଦେଇପାରିବେ।

ଏବେ ଟେଲିକମ୍ ବଜାରରେ ରିଚାର୍ଜ ମୂଲ୍ୟ ପୁଣି ଚର୍ଚ୍ଚାରେ ରହିଥିବାବେଳେ ପ୍ରାଇମ୍ ଜରିଆରେ ଏକ ବର୍ଷ ପାଇଁ ବର୍ତ୍ତମାନର ଯେ କୌଣସି ପ୍ଲାନ ମୂଲ୍ୟକୁ ଲକ୍ କରିବାର ବିକଳ୍ପ ଗ୍ରାହକମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। ପ୍ରାଇମ୍ କୌଣସି ବାଧ୍ୟତାମୂଳକ ନୂତନ ରିଚାର୍ଜ ପ୍ଲାନ ନୁହେଁ। ପ୍ରାଇମ ସଦସ୍ୟତା ବା ସବସ୍କ୍ରିପସନ୍ ସହିତ ମୋଟ ୬୦୦ ଟଙ୍କା ମୂଲ୍ୟର ଦୁଇଟି କ୍ୟାସବ୍ୟାକ୍ ଭାଉଚର ମଧ୍ୟ ଉପଲବ୍ଧ ହେଉଛି। ଯାହା ମଧ୍ୟରେ ରହିଛି ଗୋଟିଏ ୩୦୦ ଟଙ୍କା ମୂଲ୍ୟର କ୍ୟାସବ୍ୟାକ ଭାଉଚର ଯାହା ଏକ ନୂତନ ଜିଓ ହୋମ କିମ୍ବା ଜିଓ ପିସି ସଂଯୋଗ କିଣିବା ସମୟରେ ରିଡିମ୍ କରାଯାଇପାରିବ, ଏବଂ ଅନ୍ୟ ଏକ ୩୦୦ ଟଙ୍କା ମୂଲ୍ୟର ଭାଉଚର ଯାହା ପରିବାରର ସଦସ୍ୟ କିମ୍ବା ବନ୍ଧୁଙ୍କ ପାଇଁ ଏକ ନୂତନ ଜିଓ ସିମ ନେବା ସମୟରେ ଉପଯୋଗ କରାଯାଇପାରିବ। ପ୍ରାଇମ ସଦସ୍ୟମାନଙ୍କୁ ନୂତନ ଜିଓ ଉତ୍ପାଦ ଓ ସେବାଗୁଡ଼ିକର ଆଗୁଆ ଆକ୍ସେସ ଏବଂ ଏକ ସମର୍ପିତ ଚ୍ୟାନେଲ୍ ମାଧ୍ୟମରେ ପ୍ରାଥମିକତା ସହିତ ଗ୍ରାହକ ସହାୟତା ମଧ୍ୟ ମିଳିବ।

Leave a Reply

Your email address will not be published. Required fields are marked *