ଭୁବନେଶ୍ୱର/ ନୂଆଦିଲ୍ଲୀ, ୭/୧୦: ଆଜି ସକାଳେ RBI ଗଭର୍ଣର ସଞ୍ଜୟ ମାଲହୋତ୍ରା ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବଢାଇ ୫.୨୫%ରୁ ୫.୫୦% କଲେ। ଖାଦ୍ୟ, ଇନ୍ଧନ ଓ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ୪.୮%କୁ ବଢ଼ିଛି। ନୀତି ଏବେ ‘କାଲିବ୍ରେଟେଡ୍ ଟାଇଟନିଂ’। ଫେବୃଆରୀ ୨୦୨୩ ପରେ ଏହା ପ୍ରଥମ ବୃଦ୍ଧି। ମହଙ୍ଗା ମାଡ଼ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି।
ମୁଦ୍ରାସ୍ଫୀତି ଏବଂ ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଏମ୍ପିସି ପକ୍ଷରୁ ଫେବୃଆରୀ ୨୦୨୩ ପରେ ପ୍ରଥମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି MPCର ୬ ଜଣ ସଦସ୍ୟଙ୍କ ସମ୍ମତିରେ ନିଆଯାଇଥିବା ରିପୋର୍ଟ ରହିଛି।
RBIର ଏହି ନିଷ୍ପତ୍ତି ପଛରେ ବଢ଼ୁଥିବା ମହଙ୍ଗା ମାଡ଼ ଚାପ ଏକ ପ୍ରମୁଖ କାରଣ। ଅଗଷ୍ଟରେ ଭାରତର ଖୁଚୁରା ମୁଦ୍ରାସ୍ପିତି ୪.୮୨%ରେ ପହଞ୍ଚିଥିଲା, ଯାହା RBIର ୪% ମଧ୍ୟମକାଳୀନ ଲକ୍ଷ୍ୟଠାରୁ ଲଗାତାର ତୃତୀୟ ମାସ ପାଇଁ ଅଧିକ ଥିଲା।
ଏହା ସହିତ ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବଢ଼ିବା ଏବଂ ଏଲ-ନିନୋ ସହ ଜଡ଼ିତ ଦୁର୍ବଳ ମୌସୁମୀ ବର୍ଷା ମୁଦ୍ରାସ୍ପିତି ଚାପକୁ ଆହୁରି ବଢ଼ାଇଥିବା ରିପୋର୍ଟ ରହିଛି।












Leave a Reply