ଏସସିବି ପରିସରରେ ଅଘଟଣ : ପାଣି ଟାଙ୍କି ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୬/୧୦: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା | ଏକ ପାଣି ଟାଙ୍କି ଉପରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଟାଙ୍କି ଉପରେ ଦୀର୍ଘ ସମୟ ବିତାଇବା ପରେ ଯୁବକ ଜଣକ ତଳକୁ ଡେଇଁ ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକ ଜଣକ ଯାଜପୁରର ରାଜେଶ ପରିଡ଼ା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ରାଜେଶଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଛି | ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *