ଓଡ଼ିଶାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବାକୁ ଲୋକ କିଏ ଅଛନ୍ତି ମୁଁ ଜାଣିନି : ଜିତେଶ କୁମାର ପରିଡ଼ା

ଭୁବନେଶ୍ବର,୨୬/୮ : ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହାକୁ ନେଇ ଅନେକ ବାଦ ବିବାଦ ବି ଦେଖାଦେଇଥିଲା । ଅଭିନେତା ମନୋଜ ମିଶ୍ର ବି ସୋସିଆଲ ମିଡ଼ିଆରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ବିଭିନ୍ନ ଫିଲ୍ମ ଭିତରୁ ରିଲିଜ ହୋଇଥିବା ‘ଟି‘ ଫିଲ୍ମ ବିଷୟରେ ଅଭିନେତା କହିଥିଲେ ।

ଏବେ ‘ଟି‘ ଫିଲ୍ମର ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା ମୁହଁ ଖୋଲିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଓଡ଼ିଶାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବାକୁ ଲୋକ କିଏ ଅଛନ୍ତି ମୁଁ ଜାଣିନି । ଆମର ଏଠି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର କ’ଣ କ୍ରାଇଟେରିଆ ରହିଛି ମୁଁ ଜାଣିନି । ମୁଁ ଦେଖିଛି ରାଜ୍ୟ ଏବଂ ଦେଶରେ ଯେତେବେଳେ ସିନେମା ଉପରେ କୌଣସି ପୁରସ୍କାର ପ୍ରଦାନ କରାଯାଏ କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ସିନେମା ହେଲେ ପୁରସ୍କାର ପ୍ରଦାନ କରାଯାଇଥାଏ । ଏଠି କେତେବେଳେ ଆଓ୍ବାର୍ଡ଼ ଚୟନ କଲେ, କାହା ଚାପରେ କଲେ ମୁଁ ଜାଣିନି । ଆମ ସିନେମା କେହି ଦେଖିଛନ୍ତି କି ନାହିଁ ମୋତେ ସନ୍ଦେହ ଲାଗୁଛି । ମୁଁ ଯେଉଁ କଣ୍ଟେଣ୍ଟ ଟା କହିଲି ଏହା ଏକ ସୋସିଆଲ ମେସେଜ । ଆମକୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପୁରସ୍କାର ମିଳିଛି, ହେଲେ ଏଠାରେ ମିଳିନାହିଁ । ମନୋଜ ମିଶ୍ର ଭାଇଙ୍କୁ ମୁଁ ଧନ୍ୟବାଦ ଦେବି । ଏଭଳି ବିଷୟକୁ ସେ ଉଠାଇଛନ୍ତି ।

ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ପରେ ପୁଣି ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସତରେ କ‘ଣ ଏଠାରେ କୌଣସି ଚାପରେ ଦିଆଯାଉଛି ଆଓ୍ବାର୍ଡ଼ । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *