କେମିତି ଅଛନ୍ତି ?
ଜୟ ଜଗନ୍ନାଥ । ଈଶ୍ୱରଙ୍କ କୃପାରୁ ବହୁତ ଭଲରେ ଅଛି ।
ସମାଜସେବା କରିବାକୁ କେଉଁଠୁ ପ୍ରେରଣା ପାଇଲେ ?
ଖୁବ ସୁନ୍ଦର ପ୍ରଶ୍ନ ଟିଏ, ମାଟିର ମଣିଷ ଦିନେ ମାଟିରେ ମିଶିଯିବ କିନ୍ତୁ ମଣିଷ ନିଜର ଗୁଣ କର୍ମ ପାଇଁ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ। ସେବା ମୋର ପରମ ଧର୍ମ ଅଟେ । ପିଲାଟି ଦିନରୁ, ସମସ୍ତ କାର୍ଯ୍ୟ ସମ୍ପାଦନ କରି ମୁଁ ସେବା କରିବାରେ ନିଜକୁ ନିୟୋଜିତ ରଖେ । ମୋ ପିତା ଓ ମାତା ପରୋପକାର ଓ ସେବାରେ ସଦା ବ୍ୟସ୍ତ । ବୃଦ୍ଧାଶ୍ରମ, କନ୍ୟାଶ୍ରମ, ଅନାଥାଶ୍ରମ ଆଦି ଭ୍ରମଣ କରିବା ଦ୍ୱାରା ମୁଁ ସେବା ପ୍ରତି ଆଗ୍ରହୀ ହେଲି ।

ଆପଣ ମଡେଲିଂ କରନ୍ତି ଏବଂ ସମାଜସେବା ଉଭୟକୁ କିଭଳି ଭାବେ ନେଇ ଚାଲନ୍ତି ?
ଆଂଜ୍ଞା ହଁ, ମଡେଲିଂରେ ମୋର ରୁଚି ଓ ଆଗ୍ରହ ଥିବା ଯୋଗୁଁ ମୋର ଚେଷ୍ଟା ଓ ପରିଶ୍ରମ ଦ୍ୱାରା ମୁଁ ୨୦୨୪ରେ ” ରନୱେ ମଡେଲ”ରେ ସମ୍ନାନ୍ୱିତ ହେଇଥିଲି । ତତପଶ୍ଚାତ (ଫେମ ଫିଲ୍ମ ଇନ୍ଷ୍ଟିଟ୍ୟୁଟ ) ତରଫରୁ ( ମିସ,ମିଷ୍ଟର, ମିସେସ ସୁପର ମଡେଲ ଓଡିଶା, ୨୦୨୫)ସୁନ୍ଦରୀ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଛି । ସମୟର ତାଳେତାଳେ ଉଭୟ ମଡେଲିଂ ଓ ସମାଜସେବା କ୍ଷେତ୍ରରେ ଏଭଳି ଭାବେ ଚାଲିଥାଏ।
ଜଣେ ସମାଜ ସେବା କରିବାକୁ କଣ ଆବଶ୍ୟକ ?
ମଣିଷଟିଏ ଯଦି ସମାଜସେବା କରିବାକୁ ଆଗେଇଥାଏ, ତା’ହେଲେ ତାକୁ ଆବଶ୍ୟକ ହୁଏ, ସମାଜରେ ସ୍ୱଚ୍ଛତା ରକ୍ଷା କରିବା, ଘଟିଯାଇଥିବା ଦୁର୍ନୀତି ଉପରେ ସ୍ୱର ଉତ୍ତୋଳନ କରିବା, ନାରୀଶିକ୍ଷl ଯୌତୁକ ନିର୍ଯାତନା ଆଦି ବିଷୟ ବସ୍ତୁ ଉପରେ ସଚେତନତା କାର୍ଯ୍ୟକ୍ରମ କରିବା, ଅସହାୟ ତଥା ଗରିବ ଲୋକଙ୍କୁ (ଖାଦ୍ୟ, ବସ୍ତ୍ର, ପାନୀୟ, ବାସଗୃହ) ଇତ୍ୟାଦି ସାହାଯ୍ୟ କରିବା, ପରିବେଶ ସୁରକ୍ଷା ବିଷୟରେ ଜନସାଧାରଙ୍କୁ ଅବଗତ କରାଇବା ଏବଂ ଏହାକୁ କାର୍ଯ୍ୟକାରୀ କରେଇବା, ଜାତିଆଣ ଭାବ ଲୋକଙ୍କ ମନରୁ ପୋଛି ଦେବା ।

ଆଜିର ସମୟରେ ପ୍ରାୟ ଲୋକଙ୍କ କ୍ଷେତ୍ରରେ ଦେଖାଦେଇଛି ରାଜନୀତିକୁ ଯିବାକୁ ସମାଜ ସେବାର ବାଟ ଆପଣେଇଛନ୍ତି ତାକୁ କଣ କହିବେ ?
ଈଶ୍ୱରଙ୍କ ସୃଷ୍ଟିରେ ସବୁ ଲୋକ ଭିନ୍ନ ଭିନ୍ନ ମାନସିକତା ଓ ଭାବନାରେ ସେମାନଙ୍କ କାର୍ଯ୍ୟ କରନ୍ତି । ତେଣୁ ପ୍ରଶ୍ନଟିର ସଠିକ ଉତ୍ତର ମୁଁ କହିବାକୁ ପ୍ରସ୍ତୁତ ନୁହେଁ ।
ଆପଣଙ୍କ ଲକ୍ଷ କ’ଣ ରାଜନୀତିରେ ?
ନାଁ ଆଜ୍ଞା, ଏବେ ମୁଁ ସମାଜସେବାରେ ଲିପ୍ତ ରହିଛି ।

ଏମିତ ଏକ ଘଟଣା କୁହନ୍ତୁ ଯାହା ଆପଣଙ୍କୁ ଜୀବନରେ ବହୁତ କଷ୍ଟ ଦେଇଛି ?
ଦିନକର ଘଟଣା ମୁଁ ନିକଟରେ ଗୋଟେ ମାତା ପିତା ବୃଦ୍ଧlଶ୍ରମ ଯାଇଥିଲି ସେଠି ଜଣେ ମାତା ମୋତେ କୁଣ୍ଢାଇ ପକେଇ କୋହଭରା କଣ୍ଠରେ କହିଲେ ମୋ ପୁଅ ବୋହୁ ମୋତେ ଏଠି ଛାଡ଼ି ଦେଇ ଚାଲିଗଲେ ଏଥିପାଇଁ ତାଙ୍କ ଭାଗ୍ୟକୁ ନିନ୍ଦା କରି କଇଁ କଇଁ କାନ୍ଦି ପକେଇଲେ । ମୋତେ ସେଦିନ ସେଇ ଘଟଣା ବହୁତ ମର୍ମାହତ କରିଥିଲା ଏବଂ ମୁଁ ସମାଜରେ ଏମିତି ଅବହେଳିତ ନିଷ୍ପେସିତ ବୃଦ୍ଧ ପିତାମାତା ତଥା ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ନିଷ୍ପତ୍ତି ନେଲି ଏବଂ ମୁଁ “କୌଶଲ୍ୟା ସେବା ସଦନ” ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରି ମୁଁ ଆଜି ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିଛି । ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ମାଧ୍ୟମରେ ମୋ କୃତଜ୍ଞତା ଜଣାଉଛି ।














Leave a Reply