ଭୁବନେଶ୍ୱର/ନୂଆଦିଲ୍ଲୀ, ୪/୧୦: ମୁଁ ମୃତ୍ୟୁକୁ ଡରୁ ନାହିଁ। ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲୁଏସଜେ) ଅନୁସାରେ ଫ୍ଲାଏ ହୁବାଇ କକପିଟ୍ ରେ ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ କୋ-ପାଇଲଟ୍ ଙ୍କ ଏପରି ବୟାନ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ବିମାନକୁ ଦୁର୍ଘଟଣା କରାଇବାକୁ ଚାହୁଁଥିଲା । ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଅଭିଯୁକ୍ତ ପାଇଲଟକୁ କାବୁ କରିବା ପରେ ବିମାନକୁ ସାଉଦୀ ଆରବର ତବୁକ ଏୟାରପୋର୍ଟରେ ଅବତରଣ କରାଯାଇଥିଲା। ଅଭିଯୁକ୍ତ କୋ-ପାଇଲଟକୁ ଓମାନ ନାଗରିକ ହମ୍ମାମ ଅଲ-ହମ୍ମାମୀ ଭାବେ ଚିହ୍ନଟ କରାଯାଇଛି। ମିଳିତ ଆରବ ଏମିରେଟ (ୟୁଏଇ) ଅଧିକାରୀ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ପ୍ରୟାସ ବୋଲି କହିଛନ୍ତି। ତଦନ୍ତକାରୀ ତାଙ୍କ ପୃଷ୍ଠଭୂମି, ଉଦ୍ଦେଶ୍ୟ ଓ ଅନ୍ୟ ବ୍ୟକ୍ତି ଅଥବା ସମୂହଙ୍କ ସହ ସମ୍ଭାବିତ ସମ୍ପର୍କର ଯାଞ୍ଚ କରୁଛନ୍ତି।
ତଦନ୍ତକାରୀ ଅଲ-ହମ୍ମାମୀ ସିରିଆରେ କଟାଇଥିବା ସମୟ ମଧ୍ୟ ଯାଞ୍ଚ କରୁଛନ୍ତି। ଡବ୍ଲୁଏସଜେ ଅନୁସାରେ ଅଲ ହମ୍ମାମୀ ତା ପିଲାଦିନର କିଛି ସମୟ ଯୁଦ୍ଧଗ୍ରସ୍ତ ସିରିଆରେ କଟାଇଥିଲା। ପରେ ସେ ୟୁଏଇ ଓ ବ୍ରିଟେନରେ ଏଭିଏସନ ପଢିଥିଲା। ବକିଂଘମ ସାୟର ନ୍ୟୁୟୁନିଭର୍ସିଟିର ଜନୈକ ମୁଖପାତ୍ର ପୁଷ୍ଟି କରିଛନ୍ତି ଯେ ସେ ଡିଷ୍ଟାନ୍ସରେ ବିମାନ ପରିଚାଳନା ଶିକ୍ଷା ପ୍ରାପ୍ତ କରିଥିଲା। ତେବେ ସେ ପାଇଲଟ ପ୍ରଶିକ୍ଷଣ ପ୍ରାପ୍ତ କରିନଥିଲା। ସିଏନଏନ ଓ ଡବ୍ଲୁଏସଜେ ଅନୁସାରେ ସେ ମରକ୍କୋ ଏୟାରଲାଇନ ରେ ମଧ୍ୟ କାମ କରିଥିଲା।
ସୂଚନାଯୋଗ୍ୟ , ସେପ୍ଟେମ୍ବର ୩୦ ତାରିଖ ଦିନ ଦୁବାଇରୁ ତେଲଆଭିଭ ଯାଉଥିବା ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ।
ଅଭିଯୁକ୍ତ କୋ-ପାଇଲଟ୍ ହମାମ ଅଲ-ହମ୍ମାମୀଙ୍କ ସ୍ୱୀକାରୋକ୍ତି। ଫ୍ଲାଏଦୁବାଇ FZ1073 ବିମାନକୁ ସେ ଇଚ୍ଛାକୃତ ଭାବେ ଖସାଇବାକୁ ଚାହୁଁଥିଲେ।
ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ୧୭୪ ଯାତ୍ରୀ ଥିଲେ। କୋ-ପାଇଲଟ କ୍ରାସ୍ ଏକ୍ସ ସାହାଯ୍ୟରେ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କୁ ଆକ୍ରମଣ କରି ବିମାନକୁ ଖସାଇବାକୁ ଉଦ୍ୟମ କରିଥିଲେ।
ଗୁରୁତର ଆହତ ହୋଇ ମଧ୍ୟ ମୁମ୍ବାଇର ସ୍ମିତ ଶେଷ ସମୟରେ କକପିଟ୍ ଦ୍ୱାର ଖୋଲିଦେଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ବିମାନଟି ସାଉଦି ଆରବର ତାବୁକରେ ଜରୁରୀ ଅବତରଣ କରିଥିଲା।













Leave a Reply