ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ବୀରମାନଙ୍କୁ ଆଜିର ଦିନରେ ଶତ ଶତ ପ୍ରଣାମ : ଆଂଶୁ ତ୍ରିପାଠୀ

ଭୁବନେଶ୍ବର,୧୫/୮ :  ବିଜେଡି ନେତ୍ରୀ ତଥା ମହିଳା ଉଦ୍ୟୋଗୀ ଆଂଶୁ ତ୍ରିପାଠୀ  ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି , ତ୍ରିରଙ୍ଗାର ଗୌରବ ଓ ଦେଶର ମାଟିର ମହକ ଆମ ହୃଦୟରେ ସଦା ଅମର ହୋଇ ରହୁ। ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ବୀରମାନଙ୍କୁ ଆଜିର ଦିନରେ ଶତ ଶତ ପ୍ରଣାମ।

ଦେଶର ଏକତା, ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଆମେ ସମସ୍ତେ ମିଶି ସୁରକ୍ଷିତ ରଖିବା। ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଏକ ସୁନ୍ଦର ଓ ସମୃଦ୍ଧ ଭାରତ ଗଢ଼ିବା। ଜୟ ହିନ୍ଦ!

Leave a Reply

Your email address will not be published. Required fields are marked *