ହୋଟେଲ ମେଫେୟାରରେ ଆରମ୍ଭ ହେଲା ‘ଟ୍ରାଭେଲ ବଜାର’, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ ମେଫେୟାର ସାଂଚୁଆରିରେ ଆରମ୍ଭ ହେଲା ଭବ୍ୟ ‘ଟ୍ରାଭେଲ ବଜାର’। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଆଜିଠୁ ଆରମ୍ଭ ହୋଇ 5 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ | ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର + ଫିସିଚି ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି |

ଏହି କାର୍ଯ୍ୟକ୍ରମରେ ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଅଧିନାୟକ ତଥା କ୍ରିକେଟର କପିଳ ଦେବ ମୁଖ୍ୟ ଆକର୍ଷଣ ସାଜିଥିଲେ। ସେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ‘ଓଡ଼ିଶା ଟ୍ରାଭେଲ୍ ବଜାର (OTB) ୨୦୨୬’ର ସପ୍ତମ ସଂସ୍କରଣ ଆୟୋଜନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ |

ଏହି ତିନି ଦିନିଆ B2B ପର୍ଯ୍ୟଟନ ବଜାରରେ ୯୨ରୁ ଅଧିକ ଘରୋଇ କମ୍ପାନୀର ପ୍ରଦର୍ଶକ, ୨୭ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ ୩୨ଟି ସହରରୁ ଆସିଥିବା ଦେଶୀୟ କ୍ରେତାମାନେ ଏକତ୍ରିତ ହେବେ।

Leave a Reply

Your email address will not be published. Required fields are marked *