ଭୁବନେଶ୍ୱର,୨୬/୮ : ହୋଟେଲରେ ରହିବା ପାଇଁ ଚେକ୍-ଇନ୍ ସମୟରେ ଆଧାର ଫଟୋକପି, ପରିଚୟପତ୍ର ଓ ଫଟୋ ଦେବା ପ୍ରକ୍ରିୟାରେ ଖୁବ୍ଶୀଘ୍ର ପରିବର୍ତ୍ତନ ଆସିପାରେ। ଯାତ୍ରୀମାନଙ୍କ ପାଇଁ ପରିଚୟ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସହଜ ଓ ଡିଜିଟାଲ୍ କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ଏହା ଫଳରେ ହୋଟେଲ ଚେକ୍-ଇନ୍ ସମୟରେ ଡକ୍ୟୁମେଣ୍ଟର ଫଟୋକପି ଦେବାର ଆବଶ୍ୟକତା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ନୂଆ ବ୍ୟବସ୍ଥାରେ ହୋଟେଲଗୁଡ଼ିକ ଅତିଥିଙ୍କ ପରିଚୟ ଯାଞ୍ଚ ପାଇଁ QR କୋଡ୍ ଏବଂ OTP ଭିତ୍ତିକ ଡିଜିଟାଲ୍ ପଦ୍ଧତି ବ୍ୟବହାର କରିପାରିବେ। ଏହା ମାଧ୍ୟମରେ ଅତିଥିଙ୍କ ପରିଚୟ ଡିଜିଟାଲ୍ ଭାବେ ଯାଞ୍ଚ କରାଯାଇପାରିବ। ଫଳରେ ଚେକ୍-ଇନ୍ ପ୍ରକ୍ରିୟା ଶୀଘ୍ର ହେବା ସହ କାଗଜପତ୍ର ନିର୍ଭରତା ମଧ୍ୟ କମିବ।












Leave a Reply