ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ଆଜି ଶନିବାର ଦିଲ୍ଲୀରେ ହାଇଡ୍ରାମା। Cockroach Janta Party (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ଦିଲ୍ଲୀ ପୋଲିସ IGI ଏୟାରପୋର୍ଟ ଟର୍ମିନାଲ-୩ରେ ଫ୍ଲାଇଟ ଭିତରେ ପଶି ହେପାଜତରେ ନେଇଛି। ୧୫୦୦ରୁ ଅଧିକ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ CJP ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି। ୧୫୦୦ରୁ ଅଧିକ ଅଟକ, ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମ ଘରୁ, ପିନାରାୟୀ ବିଜୟନ, ବୃନ୍ଦା କରାତଙ୍କ ସମେତ ବାମ ନେତା ଅଟକ ଅଛନ୍ତି |
ମୁମ୍ବାଇରୁ ସକାଳ ୯:୩୦ରେ ଲ୍ୟାଣ୍ଡ କରିବା ମାତ୍ରେ ସ୍ପେସିଆଲ ସେଲ ପୋଲିସ ପ୍ଲେନ ଭିତରକୁ ଯାଇ ଅଭିଜିତ, ସହ-ସଂଯୋଜକ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ କଲା। ଅଭିଜିତ ଇନଷ୍ଟାରେ ଲାଇଭ କରି କହିଲେ – “ମୁଁ ଗିରଫ ହେବାକୁ ଆସିଛି, ଡରୁନି। ଇନ୍ଦିରା ଗାନ୍ଧୀ ମଧ୍ୟ ଫ୍ଲାଇଟରୁ ଉଠାଇ ନଥିଲେ, ଏହା ସ୍ୱୈରାଚାର”।
ଦିଲ୍ଲୀରେ SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବିରୋଧ ଅଧିକ ତେଜିଛି। ଅକ୍ଟୋବର ୧୦ରେ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ ଘୋଷଣା କରାଯାଇଥିବା ବେଳେ ପୋଲିସ ଏହାକୁ ଅନୁମତି ଦେଇନଥିଲା।
ସୁରକ୍ଷା ପାଇଁ ଦିଲ୍ଲୀରେ ୨୬ ହଜାରରୁ ଅଧିକ ପୋଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ ହୋଇଛନ୍ତି। ୩୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଥିବା ବେଳେ ଜନ୍ତରମନ୍ତରର ୪ କିଲୋମିଟର ପରିଧିରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିବା ରିପୋର୍ଟ କହୁଛି। ୪୫ଟି ମେଟ୍ରୋ ଷ୍ଟେସନ୍ରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ହୋଇଥିବା ସହ ଟ୍ରେନ୍ ବାତିଲ୍ ହୋଇଥିବା ମଧ୍ୟ ସୂଚନା ରହିଛି। ଦିଲ୍ଲୀକୁ ଆସୁଥିବା ରାସ୍ତା, ରେଳ ଷ୍ଟେସନ୍ ଓ ହୋଟେଲ୍ଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି ଚାଲିଛି |












Leave a Reply