ହାଇଟେକ୍ କ୍ରିକେଟ ଏକାଡେମୀ ; ଦକ୍ଷ ଓ ଉନ୍ନତ କ୍ରିକେଟ ଖେଳାଳୀଙ୍କ ପ୍ରୟୋଗଶାଳା

ଭୁବନେଶ୍ବର,୭/୧୦ : ହାଇଟେକ୍ ମେଡ଼ିକାଲ୍ କଲେଜ ପରିସରରେ ପ୍ରତିଷ୍ଠା ହୋଇଥିବା ହାଇଟେକ୍ କ୍ରିକେଟ୍ ଏକାଡେମୀ ଆସନ୍ତାଦିନରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ, ଦକ୍ଷ ତଥା ଉନ୍ନତମାନର କ୍ରିକେଟ୍ ଖେଳାଳୀ ପ୍ରସ୍ତୁତ କରିବାକୁ କ୍ୟାମ୍ପ ଆୟୋଜିତ କରିବ। ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟ ରହିଛି ଯେ, ପାଠପଢା ସହ ଭଲ ମଣିଷ ତିଆରି କରିବା ସଙ୍ଗେସଙ୍ଗେ ଆକର୍ଷଣୀୟ ବ୍ୟକ୍ତିତ୍ବ ତିଆରି କରିବା।

ଏକାଡେମୀର ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତିଙ୍କ କହିବା ହେଲା ରାଜ୍ୟରେ କ୍ରିକେଟ ଖେଳାଳୀଙ୍କ ପାଇଁ ଭଲ ପଡିଆ ନଥିବା ବେଳେ ହାଇଟେକ୍ କ୍ରିକେଟ ଏକାଡେମୀ ଉଦ୍ୟୋଗୀ ଖେଳାଳୀଙ୍କ ପାଇଁ ଭଲ ପଡ଼ିଆ ସହ ଦକ୍ଷ କୋଚିଂ ବ୍ୟବସ୍ଥା କରିଛି। ଗତ ୨ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଓଡିଶା ସମେତ ବିଭିନ୍ନ ରାଜ୍ୟରୁ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଖେଳାଳୀମାନେ ଆସି କୋଚିଂ ନେଇ ରାଜ୍ୟ, ଜାତୀୟ ତଥା ଜୋନ୍ ସ୍ତରୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରିଛନ୍ତି। ସେହିପରି ବିଦେଶରୁ ଯେପରିକି ଅଷ୍ଟ୍ରେଲିଆ, ଇଂଲଣ୍ଡ,ଜାପାନ, ନେପାଳ ଭଳି ଦେଶରୁ ଯୁବକଯୁବତୀ ମାନେ ଏହି ଏକାଡେମୀରୁ ତାଲିମ୍ ନେଇ ନିଜ ଦେଶର ଜାତୀୟ ଦଳରେ ସ୍ଥାନ ପାଇଛନ୍ତି, ଯାହାକୁ ଏହି ଏକାଡେମୀ ପାଇଁ ଗର୍ବର ବିଷୟ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି କହିଛନ୍ତି। ଏକାଡେମୀରେ ସ୍ପୋର୍ଟସ ହଷ୍ଟେଲ ବ୍ୟବସ୍ଥା କରାଯିବା ସହ, ୧୦ଦିନିଆ ପେସ୍ ବୋଲିଂ, ସ୍ପିନ୍ ବୋଲିଂ ଏବଂ ବ୍ୟାଟିଂ କୌଶଳ ଶିକ୍ଷା ଦିଆଯିବ, ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଆଶାୟୀ କ୍ରିକେଟ ଖେଳାଳୀ ନିଜ ପ୍ରତିଭାର ବିକାଶ କରିବା ସହ ସଠିକ୍ ଶାରିରୀକ ଗଠନ କରିବାର ସୁଯୋଗ ଲାଭ କରିପାରିବେ।

ଏ ସଂପର୍କରେ ଅଧିକ ଜାଣିବା ପାଇଁ-୭୦୦୮୩୦୫୫୨୭ ଓ ୯୪୩୭୩୨୩୯୧୫ରେ ଯୋଗାଯୋଗ କରିପାରିବେ। ସବୁଠାରୁ ବଡ଼କଥା ହେଲା, ଯୁବତୀ ଏବଂ ୬ରୁ ୯ବର୍ଷ ବୟସର କୁନି କ୍ରୀଡାପ୍ରତିଭାଙ୍କ ପାଇଁ ସଂପୂର୍ଣ୍ଣ ଭାବେ ସ୍ବତନ୍ତ୍ର କ୍ରିକେଟ ତାଲିମ୍ ଶିବିର ଆୟୋଜିତ ହେବାକୁ ଯାଉଛି । କ୍ରିକେଟ୍ ଖେଳକୁ ନିଜ କ୍ୟାରିୟର କରିବାକୁ ଚାହୁଁଥିବା କିମ୍ବା କ୍ରିକେଟରେ ବୋଲିଂ ଓ ବ୍ୟାଟିଂରେ ଉନ୍ନତି ଚାହୁଁଥିବା ଯୁବକଯୁବତୀମାନେ ଏହାର ଲାଭ ଉଠାଇବାକୁ ହାଇଟେକ୍ କ୍ରିକେଟ ଏକାଡେମୀ ତଥା ସ୍ପୋର୍ଟସ ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି ଏବଂ ସ୍ପୋର୍ଟସ ଅଧିକାରୀ ମେଘବର୍ଣ୍ଣା କହିଛନ୍ତି।

 

Leave a Reply

Your email address will not be published. Required fields are marked *