ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମୁକେଶ ମହାଲିଙ୍ଗ

ଭୁବନେଶ୍ବର,୧୮/୬ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ପାଇଲଟିଂ ଗାଡିକୁ ଧକ୍କା ଦେଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗାଡି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା l ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ବଲପୁରରୁ ମୟୁରଭଞ୍ଜ ଯାଉଥିଲେ। ଜଗମୋହନପୁର ଛକରେ ହମ୍ପସ ଥିବା ସ୍ଥାନରେ ଆଗରେ ଯାଉଥିବା ପାଇଲଟିଙ୍ଗ ଗାଡି ହଠାତ ବ୍ରେକ ମାରିବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡି ଯାଇ ଧକ୍କା ଦେଇଥିଲା l ସୌଭାଗ୍ୟ ବଶତଃ ଗାଡିର ସୁରକ୍ଷା ବେଲୁନ ବାହାରି ଯିବାରୁ ମନ୍ତ୍ରୀ ସୁରକ୍ଷିତ ରହିଯାଇଥିଲେ l ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୁରଭଞ୍ଜ ଶ୍ରୀ ମହାଲିଙ୍ଗ ଯାଇଥିଲେ ।

Leave a Reply

Your email address will not be published. Required fields are marked *