ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର,୪/୭ : କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜା ଥାନା କ୍ୱାର୍ଟର୍ସରୁ ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ ଆଜି ସକାଳେ କଟକ ଚାଉଳିଆଗଞ୍ଜା ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେତେବଳେ ତାଙ୍କ ସହଯୋଗୀମାନେ ତାଙ୍କୁ ଫୋନ ଲଗାଇଥିଲେ ସେ ଫୋନ ନ ଉଠାଇବାରୁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବରପାଇ କିଛି ପୋଲିସ ଅଧିକାରୀ ପହଞ୍ଚି କବାଟ ଭାଙ୍ଗି କ୍ୱାର୍ଟର୍ସରୁ ମୃତଦେହକୁ ଉଦ୍ଧାର କରାଯାଇ ତୁରନ୍ତୁ ଏସସିବି ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ପରେ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *