ଭୁବନେଶ୍ବର,୨୯/୭ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ଅନେକ ଅନୁଭୂତି ସହ ଶେଷ ହୋଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପ୍ରଶାସନ ପାଇଁ ଏକ ବଡ଼ ପରୀକ୍ଷା ଥିଲା । ଏହି ବିଶାଳ ଆୟୋଜନରେ ପ୍ରଶାସନିକସ୍ତରରେ ଅନେକ ସଫଳତା ମିଳିଥିବାବେଳେ, କିଛି କ୍ଷେତ୍ରରେ ତ୍ରୁଟିବିଚ୍ୟୁତି ଓ ବିଫଳତା ମଧ୍ୟ ଦେଖିବାକୁ ମିଳିଛି । ତେବେ ସମସ୍ତ ବାଦ-ବିବାଦ ଏବଂ ଚ୍ୟାଲେଞ୍ଜ ସତ୍ତ୍ୱେ, ଯେଉଁ ବ୍ୟକ୍ତିତ୍ୱଙ୍କ ଦାୟିତ୍ୱବୋଧ ସବୁଠାରୁ ବେଶି ଚର୍ଚ୍ଚା ସାଉଣ୍ଟିଛି, ସେ ହେଉଛନ୍ତି ପୁରୀ ଏସପି ପ୍ରତୀକ ସିଂହ ।
ସୋସିଆଲ ମିଡ଼ିଆ ସେନ୍ସେଶନ ପାଲଟିଛନ୍ତି ପୁରୀ ଏସପି ପ୍ରତୀକ ସିଂହ । ସବୁଠି ଗୋଟିଏ ନାଁ ଚର୍ଚ୍ଚା । ସୋସିଆଲ ମିଡ଼ିଆରୁ ଆରମ୍ଭ କରି ଚା ଖଟି । ତାଙ୍କ ପାରଦର୍ଶିତାକୁ ନେଇ ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି । ଭିଡ଼ି ଭିତରେ ନିଜେ ମାଇକ୍ ଧରି ଭିଡ଼ କଣ୍ଟେ୍ରାଲ କରିବା ହେଉ କିମ୍ବା ରାତି ଅଧରେ ରଥ ପାଖରେ ଜଗି ରହିବା। ସବୁଠି ତାଙ୍କର ନଜର ରହିଥିଲା ।
ସୁରକ୍ଷା ବ୍ୟବସ୍ଥାର ସମୀକ୍ଷାଠାରୁ ଆରମ୍ଭ କରି ବଡ଼ ଦାଣ୍ଡର ସ୍ଥିତି ସମ୍ଭାଳିବା ପର୍ଯ୍ୟନ୍ତ ସବୁଠି ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ନିଷ୍ପତ୍ତି ଦୃଶ୍ୟମାନ ହୋଇଥିଲା । ରଥଯାତ୍ରା ଭଳି ମହାପର୍ବରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଏହି ବୃତ୍ତିଗତ ଦକ୍ଷତା ତାଙ୍କ ନିଜ କ୍ୟାରିୟରକୁ ଆଉ ଟିକେ ଆଗକୁ ନେଇଯାଇଛି ବୋଲି ଆଲୋଚନା ହେଉଛି । ରଥଯାତ୍ରା ୨୦୨୬, ଆଇପିଏସ ପ୍ରତୀକ ସିଂହଙ୍କ ପୋଲିସ କ୍ୟାରିୟରରେ ଏକ ନୂଆ ମାଇଲଖୁଣ୍ଟ ଭାବେ ସଦାସର୍ବଦା ଯୋଡ଼ି ହୋଇ ରହିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।














Leave a Reply