ବନ୍ଧୁତ୍ୱ ଦିବସ …

ଗୋଟିଏ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ଭାଇଚାରା ଏବଂ ବନ୍ଧୁତ୍ୱ ର ସବୁଠାରୁ ବଡ ଭୂମିକା ରହିଛି. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ସ୍ନେହ ଓ ସଦଭାବନା ରକ୍ଷା କରିବା ଏହି ଦିବସ ର ମୂଳ ଲକ୍ଷ ଅଟେ । ଭାରତୀୟ ସଂସ୍କୃତି ସର୍ବଦା ବସୁଧ୍ୟେବ କୁଟୁମ୍ବକମ (ସାରା ପୃଥିବୀ ମୋର ପରିବାର )ନୀତିରେ ବିଶ୍ୱାସ କରେ । ଆଜିର ଆଧୁନିକ ଯୁଗରେ ମଣିଷ ଭିତରେ ଇର୍ଷା, ଅସୂୟା ଏବଂ ବିଦ୍ୱେଷ ବଢ଼ିବାରେ ଲାଗିଛି. ଏହି ସମୟରେ ବନ୍ଧୁତ୍ୱ ଦିବସର ପ୍ରାସଙ୍ଗିକତା ବହୁତ ଅଧିକ ।

ବନ୍ଧୁତ୍ୱ ଦିବସ କେବଳ ଗୋଟିଏ ଦିନର ଉତ୍ସବ ନୁହେଁ, ଏହା ଏକ ଜୀବନଶୈଳୀ. ଆମେ ଯଦି ପରସ୍ପର କୁ ସମ୍ମାନ ଦେବା ଏବଂ ବିଶ୍ବର ସମସ୍ତ ମାନବ ଜାତିକୁ ନିଜର ବୋଲି ଭାବିବା, ତେବେ ପୃଥିବୀରୁ ଯୁଦ୍ଧ ଓ ଦ୍ୱେଷ ସବୁଦିନ ପାଇଁ ଦୂର ହୋଇଯିବ । ଯିଏ ବନ୍ଧୁ ସିଏ ସବୁବେଳେ ତମ ସହ ରହିବା ଦରକାର ପଡି ନଥାଏ । ଯିଏ ପ୍ରକୃତ ବନ୍ଧୁ ସେ ତାର ଅନୁପସ୍ଥିତିରେ ମଧ୍ୟ ତମକୁ ସାହସ ଦେଇଥାଏ । ଯେମିତି କୃଷ୍ଣ ଆଉ ସୁଦାମାଙ୍କ କଥା ଇତିହାସରେ ଲେଖା ଅଛି । ସେହିପରି ବନ୍ଧୁତା ହୃଦୟର ସମ୍ପଦ ବୋଲି କୁହାଯାଇଥାଏ । ତାହା ଦୁନିଆର ସବୁ ଧନ ଦୌଲତ ଠାରୁ ମଧ୍ୟ ବଡ଼ ହୋଇଥାଏ ।

ବନ୍ଧୁ ସବୁ ସୁଖଦୁଃଖର ସାଥୀ ହୋଇଥାଏ, ବନ୍ଧୁ ହୃଦୟର ସ୍ପନ୍ଦନ ଅଟେ….

….ଶୁଭ ବନ୍ଧୁତ୍ୱ ଦିବସ….

ମାନସୀ ସେଠୀ

ବାରିପଦା

Leave a Reply

Your email address will not be published. Required fields are marked *