ଭୁବନେଶ୍ୱର/ଉତ୍ତର ପ୍ରଦେଶ, ୨୪/୯:ଯମୁନା ଏକ୍ସପ୍ରେସୱେରେ ଭୟାବହ ଦୁର୍ଘଟଣା। ଗତ ରାତି ୧୧ଟାରେ ଗ୍ରେଟର ନୋଏଡା ନିକଟରେ ଚଳନ୍ତା AC ସ୍ଲିପର ବସରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ। ଚଳନ୍ତା ସ୍ଲିପର ବସ୍ରେ ଭୟାବହ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡ ସମୟରେ ବସ୍ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି | ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁଯାୟୀ, ଯମୁନା ଏକ୍ସପ୍ରେସୱେର ଜେୱର ଅଞ୍ଚଳର ଦୟାନତପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁରେ ସମ୍ପୂର୍ଣ୍ଣ ବସ୍ଟି ଜଳିଯାଇଥିଲା । ବସ୍ରେ ନିଆଁ ଲାଗିଥିବା କାରଣରୁ ଜେୱର ଟୋଲ୍ ଏବଂ ଫଲୈଦା କଟ୍ ନିକଟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଏକ୍ସପ୍ରେସୱେର ଘରୋଇ ସୁରକ୍ଷା ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ୪ରୁ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଫଳରେ ପୁଣି ଯାତୟାତ ଆରମ୍ଭ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ ବସ୍ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ । ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜୀବନ ବଞ୍ଚାଇବା ପାଇଁ ଅନେକ ଯାତ୍ରୀ ବସ୍ରୁ ଡେଇଁ ପଡ଼ିଥିଲେ ବୋଲି ନୋଏଡା ପୁଲିସ ସ୍ପଷ୍ଟ କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ମୃତକଙ୍କ ପରିବାର ସହ କଥା ହୋଇ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ତଦନ୍ତରେ AC ସର୍ଟ ସର୍କିଟ ସନ୍ଦେହ, ଡ୍ରାଇଭର-କଣ୍ଡକ୍ଟର ଗିରଫ।












Leave a Reply