କାଲିମେଳା,୨୦/୮ : ବେଆଇନ ନିଶାଦ୍ରବ୍ୟ ଚାଲାଣ ବିରୋଧରେ କାଲିମେଳା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରାଯାଇ ଦୁଇଟି ମାମଲାରେ ମୋଟ ୪୪ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଜବତ ଗଞ୍ଜେଇ ଓ ମୋଟରସାଇକେଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ପ୍ରଥମ ମାମଲାରେ ଭେଜାଙ୍ଗିୱାଡ଼ା ନିକଟସ୍ଥ କେନାଲ ରୋଡରୁ ବଦଲିଗୁଡ଼ା ଗ୍ରାମର ଗଙ୍ଗା ମାଢ଼ିଙ୍କ ନିକଟରୁ ୨୨କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଦ୍ୱିତୀୟ ମାମଲାରେ ଗମ୍ଫାକୋଣ୍ଡା ଛକଠାରୁ ବଦଲିଗୁଡ଼ା ଗ୍ରାମର ରମେଶ ସୋଡ଼ିଙ୍କ ନିକଟରୁ ୨୨କେଜି ଗଞ୍ଜେଇ ଜବତ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କେଶ୍ ନମ୍ବର ୬୨-୬୩/୨୦୨୬-୨୭ମାମଲା ରୁଜୁ କରି ଜିଲ୍ଲା ଅଦାଲତକୁ ପଠାଯାଇଛି । ଏହି ଦୁଇଟି ମାମଲା କାଲିମେଳା ଅବକାରୀ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ସରୋଜ କୁମାର ସାହୁ, କନଷ୍ଟେବଳ ପ୍ରବୀଣ ସାହୁ ଓ ଆନନ୍ଦ ପ୍ରଧାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି ।
ବେଆଇନ ନିଶାଦ୍ରବ୍ୟର ଦଖଲ, ପରିବହନ ଓ ଚାଲାଣ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଜୋରଦାର ଚଢ଼ଉ ଓ ନିରନ୍ତର ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।













Leave a Reply