ଏକ ଯୁଗର ଅନ୍ତ: ଅଧିନାୟକ ପଦ ଛାଡିଲେ ବିଶ୍ୱକପ୍ ବିଜେତା ହରମନପ୍ରୀତ୍

ଭୁବନେଶ୍ୱର/ନୂଆଦିଲ୍ଲୀ, ୬/୧୦: ଏକ ଯୁଗର ଅନ୍ତ ଘଟିଲା | ବିଶ୍ୱକପ୍ ବିଜେତା ହରମନପ୍ରୀତ୍ କୌର ସମସ୍ତ ଫର୍ମାଟରୁ ନେତୃତ୍ୱ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ଇନଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ କରି ସେ ଏହି ଘୋଷଣା କରିଛନ୍ତି।

ସେ ଲେଖିଛନ୍ତି – “ଆଜି ମୁଁ ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡୁଛି। ଏହା ସହଜ ନିଷ୍ପତ୍ତି ନୁହେଁ। ବର୍ଷ ବର୍ଷର ସ୍ମୃତି, ତ୍ୟାଗ ରହିଛି। ମୁଁ ରକ୍ତ, ଝାଳ, ସମୟ ସବୁ ଦେଇଛି। ଅଧିନାୟକତ୍ୱ ଶେଷ, ଯାତ୍ରା ଜାରି ରହିବ।”

ଏହି ଯାତ୍ରା ବର୍ଷ ବର୍ଷ ଧରି ରହିଥିଲା । ଏଥିରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି । ଏହି ସବୁ ମୂହୁର୍ତ୍ତ ତାଙ୍କ ସହ ସାରା ଜୀବନ ରହିବ । ଅଧିନାୟକ ପଦ ଛାଡିଲେ ହରମନପ୍ରୀତ୍ : କହିଲେ, ‘ଦଳକୁ ସବୁ କଛି ଦେଇଛି କିନ୍ତୁ’…

ଗତକାଲି ଗୁଆହାଟୀରେ BCCI ସମୀକ୍ଷା ବୈଠକ ହୋଇଥିଲା – ସଚିବ ଦେବଜିତ ସାଇକିଆ, ହରମନ, ସ୍ମୃତି ମାନ୍ଧାନା ଓ କୋଚ ଅମୋଲ ମୁଜୁମଦାର ଉପସ୍ଥିତ ଥିଲେ। ତା’ ପରଦିନ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି |

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଜି ସେ ସମସ୍ତ ଫର୍ମାଟରୁ ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ପଦ ଛାଡିଛନ୍ତି । ସେ ଦଳକୁ ଏବଂ ଦେଶ ପାଇଁ ବହୁତ କିଛି ଦେଇଛନ୍ତି । ନିଜର ସବୁକିଛି ପ୍ରଦାନ କରିଛନ୍ତି । ଏଥିରେ କେବଳ ପଡିଆରେ ବୁହାଇଥିବା ଝାଳ ନାହିଁ ।

ସମୟ ଏବଂ ନିଜର ଇଚ୍ଛା ବି ସାମିଲ ରହିଛି । ନିଜର ରକ୍ତ, ସମୟ ଏବଂ ପର୍ସନାଲ ଲାଇଫକୁ ତ୍ୟାଗ କରିବାକୁ ପଡିଛି । ଅଧିନାୟିକା ଭାବେ ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଇଚ୍ଛାଠୁ ଦଳକୁ ଅଧିକ ଫୋକସ କରିଛନ୍ତି । ଅନେକ ପରିସ୍ଥିତି ଆସିଛି ଯେତେବେଳେ ଯେତେବେଳେ ବ୍ୟକ୍ତିଗତ ଆଶା ଅପେକ୍ଷା ଦଳକୁ ପ୍ରାଥମିକତା ଦେବାକୁ ପଡିଛି ।

୨0୧୧ ମ୍ୟାଚରେ ଅଧିନାୟକତ୍ୱ ପଦ ସମ୍ଭଳିଥିବା ବେଳେ, ୨୦୨୫ ବିଶ୍ୱକପ୍ ବିଜୟ, ୨୦୨୨ ଓ ୨୦୨୬ ଏସିଆନ୍ ଗେମ୍ସ ସ୍ୱର୍ଣ ପଦକ ହାସଲ କରିଥିଲେ| ପରବର୍ତ୍ତୀ ଅଧିନାୟକ ଭାବେ ସ୍ମୃତି ମାନ୍ଧାନା ଦୌଡ଼ରେ ଆଗରେ ରହିଛନ୍ତି | ସେ ସନ୍ନ୍ୟାସ ନେଇନାହାନ୍ତି, ଖେଳାଳି ଭାବେ ଖେଳିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *