ଟିଭିର ‘ସୀତା’ ରଣବୀର କପୁରଙ୍କ ‘ରାମାୟଣ’ର କଲେ ପ୍ରଶଂସା

ମୁମ୍ବାଇ,୩୧/୭ : ନୀତେଶ ତିୱାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ସାଉଁଣ୍ଟୁଛି । ଫିଲ୍ମର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଏବେ, ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଶୋ’ ‘ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଦୀପିକା ଚିଖଲିଆ ଏହି ଫିଲ୍ମ ଉପରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।

ଏକ ସାକ୍ଷାତକାରରେ, ଦୀପିକା ନିତେଶ ତିୱାରୀଙ୍କ ‘ରାମାୟଣ’ର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଏହା ଭାରତୀୟ ସିନେମାର ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଫିଲ୍ମ ମଧ୍ୟରୁ ଗୋଟିଏ । ଦୀପିକା କହିଛନ୍ତି, “ମୁଁ ଭାବୁଛି ଏହା ଏକ ବଡ଼ ପ୍ରୋଜେକ୍ଟ। ଏପରି ପ୍ରୋଜେକ୍ଟ ପୂର୍ବରୁ କେବେ ଦେଖାଯାଇ ନାହିଁ। ଦକ୍ଷିଣ ଭାରତୀୟ ଶିଳ୍ପ ଏବଂ ବଲିଉଡ ଏହି ଫିଲ୍ମରେ ଏକାଠି ହୋଇଛନ୍ତି । ମୁଁ ନିଶ୍ଚିତ ଯେ ଏହି ଫିଲ୍ମଟି ବହୁତ ଭଲ ହେବ ।”

ସେ ଆହୁରି ମଧ୍ୟ କହିଛନ୍ତି , “ଏହି ଫିଲ୍ମଟି ନିଶ୍ଚିତ ଭାବରେ ଦେଖିବା ଯୋଗ୍ୟ ହେବ। ଏହାର ବଜେଟ୍ ବହୁତ ବଡ଼, ଏବଂ ଏହା ହିଁ ଏହାର ସବୁଠାରୁ ବଡ଼ ଶକ୍ତି । ଯେତେବେଳେ ଆପଣଙ୍କର ଏତେ ବଡ଼ ବଜେଟ୍ ଥାଏ, ଆପଣ ବହୁତ କିଛି କରିପାରିବେ। ମୁଁ ନିଶ୍ଚିତ ଯେ ନିର୍ମାତାମାନେ ବହୁତ ଭଲ କାମ କରିଛନ୍ତି କାରଣ ଫିଲ୍ମରେ ଉତ୍କୃଷ୍ଟ କାଷ୍ଟ ଅଛନ୍ତି।” ଭଲ ଅଭିନେତା ଯେକୌଣସି ଫିଲ୍ମ ପାଇଁ ବହୁତ ବଡ଼ ପରିବର୍ତ୍ତନ ଆଣିଥାନ୍ତି।

Leave a Reply

Your email address will not be published. Required fields are marked *