କଟକ ଐତିହାସିକ ବାଲିଯାତ୍ରା: ପ୍ଲଟ୍ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକ ଐତିହାସିକ ବାଲିଯାତ୍ରା | ଏନେଇ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ଚଳିତ ବର୍ଷ ନଭେମ୍ବର ୨୪ (କାର୍ତ୍ତିକ ପୂର୍ଣିମା)ରୁ ଡିସେମ୍ବର ୧ ଯାଏ ୮ ଦିନ ମେଳା ହେବ। ପ୍ଲଟ୍ ନେବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି | ବାରବାଟୀ ପ୍ୟାଲେସଠାରେ ଦୁଇଟି ପର୍ଯ୍ୟାୟରେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠୁ ଆରମ୍ଭ ହୋଇ ୧୭ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦୦ ଟଙ୍କାରେ ଫର୍ମ, ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ |

ନଭେମ୍ବର ୨ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ନିଲାମ ପରେ ଯେଉଁ ପ୍ଲଟ୍‌ଗୁଡ଼ିକ ବଳକା ରହିଯିବ, ସେଗୁଡ଼ିକୁ ସ୍ପଟ୍ ନିଲାମରେ ବିକ୍ରି କରାଯିବ । ଏଥର ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବା। ତଳ ପଡ଼ିଆରେ ୧୪୫୨ଟି ଓ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍‌ ହେବ । ପ୍ଲଟ୍‌ଗୁଡ଼ିକର ମୂଲ୍ୟ ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

ବାରବାଟୀ ପ୍ୟାଲେସରେ ଅଫଲାଇନ – ସକାଳ ୧୧ରୁ ସନ୍ଧ୍ୟା ୫ଟା, ଫର୍ମ ମୂଲ୍ୟ ୧୦୦ ଟଙ୍କା

ଅନଲାଇନରେ www.baliyatra.org / cuttack.odisha.gov.inଜଣେ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ, ପ୍ଲଟ୍ ପିଛା ୫୦୦୦ ଟଙ୍କା ରେଜିଷ୍ଟ୍ରେସନ

ଗୋଟେ ପ୍ଲଟକୁ ଅଧିକ ଆବେଦନ ଆସିଲେ ନିଲାମ (ଅକ୍ସନ) – ୪୦/୫୦/୬୦ ଟଙ୍କା ସ୍କୋୟାର ଫୁଟ୍ ସର୍ବନିମ୍ନ ଦର

ଛୋଟ ବ୍ୟବସାୟୀଙ୍କୁ ୮୦ ସ୍କୋୟାର ଫୁଟ୍ ୧୫୦୦ ଟଙ୍କାରେ

କେବଳ ତଳ ପଡିଆରେ (୬୦ ଏକର, ୧୬୭୦ ଷ୍ଟଲ), ଉପର ପଡିଆ କେବଳ ପାର୍କିଂ।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ ଅକ୍ଟୋବର ୨୦ ଯାଏ – dco.ctc@gov.in

 

Leave a Reply

Your email address will not be published. Required fields are marked *