ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୭ : ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଧାରା ଅବ୍ୟାହତ ରହୁ, ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ମଙ୍ଗଳମୟ ହେଉ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ସହ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ ହେଉ ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଚରଣକମଳରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *