ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି । ସେ କହିଛନ୍ତି, ଶାରଦୀୟ ଦୁର୍ଗାପୂଜାର ପବିତ୍ର ଅବସରରେ ଓଡ଼ିଶାର ସମସ୍ତ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଆମ ରାଜ୍ୟ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପଥରେ ଆଗେଇ ଚାଲୁ।
ରାଜ୍ୟର ପ୍ରତ୍ୟେକ ପରିବାରରେ ଆନନ୍ଦ, ସଦଭାବନା ଓ ଭାଇଚାରାର ମହକ ଖେଳିଯାଉ। ମା’ଙ୍କ କୃପାରୁ ଓଡ଼ିଶା ଏକ ସୁଖୀ, ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ନୂଆ ପରିଚୟ ହାସଲ କରୁ। ଜୟ ମା’ ଦୁର୍ଗା। ଜୟ ଜଗନ୍ନାଥ ।













Leave a Reply