ଭିତରବେଢ଼ା ନୀଳଚକ୍ର ବାନା ବଦଳା ଭିଡ଼ିଓ ଭାଇରାଲ

ଭୁବନେଶ୍ବର,୬/୮ : ଶ୍ରୀମନ୍ଦିର ଭିତରର ଭିଡ଼ିଓ ଭାଇରାଲ୍ । ଯାହାକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍‌ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି ତାହାକୁ ପୋଷ୍ଟ କରିଛନ୍ତି।

ଏହାକୁ ନେଇ ପୁଣି ଥରେ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷେ, ଏହି ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *