ଖୁଣ୍ଟା,୧୯/୮ : ଲଗାଣ ବର୍ଷାର ଯୋଗୁଁ ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ମିଟର ରେଳଧାରଣା ଦବିଯାଇଛି । ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି।
ସୂଚନା ମୁତାବକ, ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍ୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମଧ୍ୟରାତ୍ରିରୁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି। ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକ୍ର ସ୍ଥିତି ଯାଞ୍ଚ କରାଯାଉଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।













Leave a Reply