ଭୁବନେଶ୍ୱର, ୪/୧୦: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ବିଜେଡି ପକ୍ଷରୁ ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ପୂର୍ବତନ ଧର୍ମଶାଳା ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି ପ୍ରଣବ ବଳବନ୍ତରାୟ ।
ସୂଚନା ମୁତାବକ, ଦିନ ପ୍ରାୟ ୩ଟା ସମୟରେ ପଦଯାତ୍ରା ଚାଲିଥିବାବେଳେ ଗାଡ଼ି ଉପରକୁ ଟେକା ମାଡ଼ କରାଯାଇଥିଲା । ଏହି ହିଂସାକାଣ୍ଡରେ ତାଙ୍କ ଗାଡ଼ି ସମେତ ମୋଟ ୩ଟି ଗାଡ଼ି ଭାଙ୍ଗି ଯାଇ ବହୁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।ପୋଲିସ ଅଧିକ୍ଷକଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରି ତୁରନ୍ତ ଏଫ୍.ଆଇ.ଆର୍ ପଞ୍ଜିକରଣ କରିବାକୁ ଓ ଅଭିଯୋଗରେ ଉଲ୍ଲେଖ ଥିବା ବ୍ୟକ୍ତି ଏବଂ ସେମାନଙ୍କ ଅଜ୍ଞାତ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ପ୍ରଣବ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ଶାସକ ଗୋଷ୍ଠୀର ।













Leave a Reply