ଭୁବନେଶ୍ୱର, ୮/୯: ଲିଫ୍ଟ ମାଗିବା ବାହାନାରେ ଛୁରୀ ଦେଖାଇ ଆକ୍ରମଣ ପରେ ବାଇକ୍ ଲୁଟ୍ ଘଟଣାରେ ଇନ୍ଫୋଭାଲୀ ଥାନା ପୋଲିସ କୁ ମିଳିଛି ସଫଳତା । ଅଭିଯୋଗ କାରି ସୁଜିତ୍ କୁମାର ଦାସ ଙ୍କ ଲିଖିତ ଏତଲା ଆଧାରରେ ପୋଲିସ ଗ୍ଲାତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁଯାୟୀ, ସୁଜିତ୍ କୁମାର ଦାସ ଜଣେ ଏମବିଏ ଛାତ୍ର । ସେ କାଇମାଟିଆ ସ୍ଥିତ ଜି ନେକ୍ସ୍ତେ ଭ୍ୟାଲି ରେ ରୁହନ୍ତି। ଗତ ଅଗଷ୍ଟ ୩୧ତାରିଖ ଦିନ ରାତି ପ୍ରାୟ ୯ ଟା ୧୫ ମିନିଟ୍ ରେ ନିଜ ହୋଣ୍ଡା ସିବି ବାଇକ୍ ରେ ଗୋହିରା ଛକରୁ ଫେରୁଥିଲେ । ସେଠାରେ ଥିବା ଅଭିଯୁକ୍ତ ସଞ୍ଜୟ ନାୟକ ଯାଁଳା ଯିବା ପାଇଁ ଲିଫ୍ଟ ମାଗିଥିଲେ । ଅଭିଯୋଗ କାରି ସାହାଯ୍ୟ କରିବା ନେଇ ତାଙ୍କୁ ବାଇକ୍ ରେ ବସାଇଥିଲେ ।
ନିଛାଟିଆ ସ୍ଥାନରେ ଅଭିଯୁକ୍ତ ଅଭିଯୋଗ କାରୀଙ୍କ ବେକ୍ ଚିପି ତଳେ ପକେଇଦେଇଥିଲେ। ବିରୋଧ କରିବାରୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କର ମୁଣ୍ଡ ପିଠି ଓ ଅଣ୍ଟା ରେ ଆଘାତ ଲାଗିଥିଲା । ଏହି ସୁଯୋଗ ନେଇ ପରେ ଅଭିଯୁକ୍ତ ବାଇକ୍ ଧରି ଚଂପଟ ମାରିଥିଲେ ।
ପରେ ଅଭିଯୋଗ କରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ବଡ ରଘୁନାଥପୁର ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ଅଭିଯୁକ୍ତ ଚୋରି ଗାଡ଼ି ସହ ଧରା ପଡ଼ିଥିଲା । ଏଥିସହ ପଚରା ଉଚରା ବେଳେ ବାଇକ୍ ଲୁଟ୍ କରିଥିବା ନେଇ ସ୍ୱୀକାର କରିଥିଲା । ଗିରଫ ଅଭିଯୁକ୍ତ ନାଁ ରେ ପୂର୍ବରୁ ଏତଲା ଥିବା ଜଣାପଡ଼ିଛି । ପୋଲିସ ସଂଗୃହୀତ ତଥ୍ୟ ଅନୁଯାୟୀ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ।













Leave a Reply