ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୬/୯ : ଜୟଦେଵ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ । ଏହି ସଂଗଠନ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅନେକ କର୍କଟ ପିଡୀତଙ୍କ ମୁହଁରେ ହସ ଫୁଟେଇ ପାରିଛି । ଚଳିତ ବନ୍ୟାରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇଛନ୍ତି ସେମାନଙ୍କୁ ସଂଗଠନ ବନ୍ୟା ଯୋଦ୍ଧା ଗୌରବ ସମ୍ମାନ ପ୍ରଦାନ କରିଛି । ଏହାସହ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆଶାର ଦିଶା ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅତିଥିଭାବେ ବିଜେପି ନେତା ରାଣା ପ୍ରତାପ ପାତ୍ର, ରାଜ୍ୟ ପାଇକ ସଙ୍ଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ, ବରିଷ୍ଠ ନେତା ସୁର ରାଉତରାୟ, ସମାଜସେବୀ ବନ୍ଦନା ହରିଚନ୍ଦନ, ସମାଜ ସେବୀ ମାନୀ ପଣ୍ଡା, ମୀରା ପରିଡା, ଡେଜି ଶତପଥୀ, ରାଜନେତା କିଶୋର ତରାଇ, ରାଜଧାନୀ ସେବାସଙ୍ଘ ସଭାପତି ଧୀରେନ ଶଙ୍କର ଦାସ, ନ୍ୟୁରୋ ସର୍ଜନ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ, ନ୍ୟୁରୋ ଅଂକଲୋଜିଷ୍ଟ ରାହୁଲ ପ୍ରଧାନ, ସାମ୍ବାଦିକ ଦୁର୍ଗାଶିଷ, ଦିଲ୍ଲୀପ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ ।

ସଂଗଠନ ସଭାପତି ରୋହିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସଂଯୋଜକ ସର୍ବେଶ୍ୱର ବାରିକ, ଜିଲ୍ଲା ସଭାପତି ମୁନା ବିଶ୍ୱାଳ, କୋଷାଧ୍ୟକ୍ଷ ତନ୍ମୟ ସାମନ୍ତରାୟ, ଦେବପ୍ରସାଦ ମେର୍କାପ, ଚିତ୍ତରଞ୍ଜନ ଦାଶ, ମାନସ ସାହୁ, ସରୋଜ କୁମାର ପ୍ରମୁଖ ସହଯୋଗ କରିଥିଲେ । ସାମ୍ବାଦିକ ବିକାଶ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *