ଭୁବନେଶ୍ୱର, ୨୫/୧୧ : ମଣ୍ଟୁଙ୍କ ପାଇଁ ବାହାରିଲେ ଓଡ଼ିଆ ଅଭିନେତ୍ରୀ ବେବି ପ୍ରଧାନ l ଅଭିନେତ୍ରୀ ଶ୍ରୀମତୀ ପ୍ରଧାନ ସବୁବେଳେ ରୋକ ଠୋକ କୁହନ୍ତି ବୋଲି ତାଙ୍କୁ ସମସ୍ତେ ଜାଣନ୍ତି l ଏହିକ୍ରମରେ ଶରଣାରବିନ୍ଦ ଓଝା ଓରଫ ମଣ୍ଟୁଙ୍କ ପାଇଁ ଲେଖିଛନ୍ତି l ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି କି,
ଆଜି ମଣ୍ଟୁ ପାଇଁ କିଛି ଲେଖୁଛି l ଅନେକ କଳାକାରପାଇଁ, ଜଗନ୍ନାଥ ସଂସ୍କୃତି ପାଇଁ, ସର୍ବୋପରି ଅନେକ ଧାର୍ମିକ ଅନୁଷ୍ଠାନ ପାଇଁ ତାର ଲେଖନୀ ଅବିରତ ଉନ୍ମୁକ୍ତ l କଥା ହେଉଛି ୧୧ଲକ୍ଷ ଠକେଇରେ ତାଙ୍କୁ ଗିରଫ କରାଯାଇଛି l ଯେଉଁ ମହିୟସୀ ମହିଳା ଦେଇଥିବା ଟଙ୍କାର ହିସାବ ଦେଇଛନ୍ତିଗ୍ରହଣ ଯୋଗ୍ୟ l କିନ୍ତୁ ଅନେକ ରାଜ୍ୟ ରେ ଥିବା ବାବାଙ୍କ ମଠରେ ଶୂଟିଙ୍ଗ ହେଇଚି, ଅନେକ ଲୋକେସନରେ ଶୂଟିଙ୍ଗ ହେଇଚି l ସବୁ ହିସାବ ସେ ମା’ଙ୍କ ପାଖରେ ଅଛି l ବ୍ୟକ୍ତିଗତ ଭାବେ ମୁଁ ଯେତିକି ଜାଣିଛି ମଣ୍ଟୁ ମାସ ମାସ ଧରି ବହୁତ ଶାରୀରିକ ସମସ୍ୟା ଦେଇ ଗତି କରୁଛି l ଦୁଈ ଦୁଇଟା ସିରିଏସ ପେସେଣ୍ଟ ଘରେ l ସିଏ ଧନ୍ଦି ହେଇଯାଇଛି l ଚୁକ୍ତି ଅନୁସାରେ ଠିକ ସମୟରେ କାମ ନ କରିବା ଭୁଲ l କିନ୍ତୁ ୧୧ ଲକ୍ଷ ଖାଇଯାଇ କାମ ଦେଇନାହାନ୍ତି ଏଇ ଆରୋପ ତା ଉପରେ ଲଗେଇବା ଯୁକ୍ତିଯୁକ୍ତ ନୁହେଁ l ଘଟଣାର ନିରପେକ୍ଷ ତଦନ୍ତ କରାଯାଉ l

Oplus_131072
ମୁଁ କାହାକୁ ଦୋଷାରୋପ କରୁନି l ଆଇନ ଚଲେଇବା ଲୋକ ମଣିଷ, ଅଭିଯୁକ୍ତ ବି ମଣିଷ, ଅଭିଯୋଗ କରିଥିବା ମା ବି ମଣିଷ l ପ୍ରକୃତରେ କଣ ମଣ୍ଟୁ ପଇସା ଖାଇଯାଇଛି କିଛି କାମ ନ କରି ?ଆଜ୍ଞା ଗୋଟେ ଗୋଟେ documentary cinema ବର୍ଷ ବର୍ଷ ଧରି ଏବେ ବି ପଡିଚି l
ମା ଆପଣ ଥରେ ତା ପରିବାର କଥା ଶୁଣିଲେନି l ମଣିଷଟେ ବେଳେବେଳେ ପରିସ୍ଥିତିର କଷଟି ପଥରରେ ଏତେ ପେଷି ହେଇଯାଏ ଯେ ତା ପାଇଁ ସେ କ’ଣ କରିବ ବିଚାର କରିପାରେନି l ସର୍ବୋପରି ଗୋଟେ କଥା ଅନୁରୋଧ ରହିଲା ଘଟଣାର ନିରପେକ୍ଷ ତଦନ୍ତ କରି ସମାଧାନ କରାଯିବ ବୋଲି ଆମର ନ୍ୟାୟପାଳିକା ଉପରେ ଯଥେଷ୍ଟ ବିଶ୍ୱାସ ଓ ଭରସା ଅଛି lମଣ୍ଟୁ ଗୋଟେ କଥା ମନେ ରଖିବୁ ଯିଏ ଯେତେ ଶୀର୍ଷକୁ ଯାଏ ତଳକୁ ଟାଣିବାକୁ ସେତେ ବେଶି ଲୋକ ତତ୍ପର ହୁଅନ୍ତି lଜଗନ୍ନାଥଙ୍କ ଉପରେ ଭରସା ରଖ, ସବୁ ଠିକ ହେଇଯିବ l













Leave a Reply