ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ।ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଅପ୍-ଟୁ-ଡେଟ୍ କେସ୍ ଡାଏରୀ ବା ସିଡି ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି | ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ଆଦେଶ ଦେଇଛନ୍ତି ।
ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଆବେଦନ ପୂର୍ବରୁ ହାଇକୋର୍ଟରେ ଖାରଜ ହୋଇଥିଲା । ଏହାପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ଆବେଦନ କରିବାକୁ ସୁଯୋଗ ଦିଆଯାଇଥଲା ।
ହାଇକୋର୍ଟରେ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରିଛନ୍ତି |













Leave a Reply