ରଥଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୧୬/୭ : ବଡଦାଣ୍ଡ ଆଜି ଲୋକାରଣ୍ୟ। ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଅପରାହ୍ଣ ୪ଟାରେ ହେବ ବହୁ ପ୍ରତୀକ୍ଷିତ ରଥଟଣା। ଏକାଠି ହେଉଛନ୍ତି ଭକ୍ତ, ଭଗବାନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳୁ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି। ସକାଳ ୯ଟାରୁ ସାଢେ ୧୨ଟା ମଧ୍ୟରେ ପହଣ୍ଡି ବିଜେ। ରଥ ପଥ ସବୁକିଛି ପ୍ରସ୍ତୁତ।

ରଥଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ। ରତ୍ନସିଂହାସନ ଛାଡି ଭକ୍ତ ଗହଣରେ ମହାପ୍ରଭୁ। ସିଂହଦ୍ୱାର ଆଗରେ ୩ ରଥ ବିରାଜମାନ ଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ବଡଦାଣ୍ଡରେ ରଥଟଣାକୁ ଅପେକ୍ଷା କରିଛନ୍ତି। ଶୂନ୍ୟ ପହଣ୍ଡିରେ ଚକ୍ରରାଜ ସୁଦର୍ଶନ ବିଜେ କରିଛନ୍ତି। ଧାଡି ପହଣ୍ଡିରେ ବଡ ଠାକୁର ଶ୍ରୀ ବଳଭଦ୍ର ପହଣ୍ଡି ପରେ ତାଳଧ୍ୱଜ ରଥରେ ବିରାଜମାନ। ଶୂନ୍ୟ ପହଣ୍ଡିରେ ଆସି ରଥାରୁଢ ହେଲେ ଦେବୀ ସୁଭଦ୍ରା। ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଘଣ୍ଟ ଘଣ୍ଟି କାହାଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର। ସକାଳୁ ସକାଳୁ ଖେଚୁଡି, ଡାଲମା, ସର, କାନ୍ତି ଭୋଗ ଖାଇ ମାଉସୀ ମା ଘରକୁ ବାହାରୁଛନ୍ତି ମହାପ୍ରଭୁ।

Leave a Reply

Your email address will not be published. Required fields are marked *