ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିନେ ପ୍ରଯୋଜକ ଅତିଶ କୁମାର ରାଉତ । ସେ କହିଛନ୍ତି, ଦୀପାବଳିର ଏହି ପବିତ୍ର ଅବସର ଆମ ସମସ୍ତଙ୍କ ଜୀବନରେ ନୂତନ ଆଲୋକ ଓ ନୂତନ ସମ୍ଭାବନାର ସୂର୍ଯ୍ୟୋଦୟ ଆଣିଦେଉ।
ଆମ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ସୁଖ, ସମୃଦ୍ଧି ଓ ସଫଳତାରେ ଭରିଯାଉ। ପରସ୍ପର ସହଯୋଗ, ସମର୍ପଣ ଓ ସାମୂହିକ ପ୍ରୟାସ ଆମକୁ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରେରଣା ଦେଉ। ମା’ ଲକ୍ଷ୍ମୀଙ୍କ କୃପା ସମସ୍ତଙ୍କ ଉପରେ ବର୍ଷା ହେଉ। ରାଜ୍ୟବାସୀଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା।













Leave a Reply