ଆଲୋକର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ନୂତନ ଆଶା, ଉତ୍ସାହ ଓ ଆନନ୍ଦର ସଞ୍ଚାର କରୁ : ସୁନୀଲ କୁମାର ପଣ୍ଡା

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ସୁନୀଲ କୁମାର ପଣ୍ଡା । ସେ କହିଛନ୍ତି, ପବିତ୍ର ଦୀପାବଳିର ଶୁଭ ଅବସରରେ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆଲୋକର ଏହି ମହାନ ପର୍ବ ସମସ୍ତଙ୍କ ଜୀବନରେ ନୂତନ ଆଶା, ଉତ୍ସାହ ଓ ଆନନ୍ଦର ସଞ୍ଚାର କରୁ। ପ୍ରତ୍ୟେକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ଦୀପ ପ୍ରଜ୍ୱଳିତ ହେଉ। ଆମ ରାଜ୍ୟରେ ଏକତା, ଭାଇଚାରା ଓ ସଦଭାବନାର ବନ୍ଧନ ଆହୁରି ସୁଦୃଢ଼ ହେଉ। ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭ ଦୀପାବଳି।

Leave a Reply

Your email address will not be published. Required fields are marked *