ଦୀପାବଳି ଆମକୁ ଅସତ୍ୟରୁ ସତ୍ୟର ପଥରେ ଅଗ୍ରସର ହେବାର ପ୍ରେରଣା ଦେଇଥାଏ : ସତ୍ୟ ସାରଥୀ ମହାନ୍ତି

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ତଥା ସମାଜସେବୀ ସତ୍ୟ ସାରଥୀ ମହାନ୍ତି । ସେ କହିଛନ୍ତି, ଦୀପାବଳି ଆମକୁ ଅନ୍ଧକାରରୁ ଆଲୋକକୁ, ନିରାଶାରୁ ଆଶାକୁ ଏବଂ ଅସତ୍ୟରୁ ସତ୍ୟର ପଥରେ ଅଗ୍ରସର ହେବାର ପ୍ରେରଣା ଦେଇଥାଏ।

ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଓ ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଉ। ଏକତା, ସଦଭାବନା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିବା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଅତୁଟ ରହୁ। ସମସ୍ତଙ୍କୁ ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *