ଓଡ଼ିଶାର ପ୍ରତ୍ୟେକ ଘରେ ସୁଖ ଓ ସମୃଦ୍ଧିର ଦୀପ ପ୍ରଜ୍ୱଳିତ ହେଉ : ଦେବସ୍ମିତା ମହାନ୍ତି

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି । ସେ କହିଛନ୍ତି, ଅନ୍ଧକାର ଉପରେ ଆଲୋକର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ହେଉଛି ଦୀପାବଳି।

ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ମନରେ ନୂତନ ଆଶା, ନୂତନ ଉତ୍ସାହ ଓ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ କରୁ। ଓଡ଼ିଶାର ପ୍ରତ୍ୟେକ ଘରେ ସୁଖ ଓ ସମୃଦ୍ଧିର ଦୀପ ପ୍ରଜ୍ୱଳିତ ହେଉ। ପ୍ରେମ, ଶାନ୍ତି ଓ ଏକତାର ବାର୍ତ୍ତା ନେଇ ଆସୁ ଏହି ଆଲୋକର ପର୍ବ। ସମଗ୍ର ରାଜ୍ୟବାସୀଙ୍କୁ ପବିତ୍ର ଦୀପାବଳିର ଅନେକ ଅନେକ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *