ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ ଜବତ ହେବା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ରାଉରକେଲା ଏସପି ଏକ ସତନ୍ତ୍ର ପୋଲିସ ଟିମ ଗଠନ କରି ଡେଲିମାର୍କେଟର ଦିନାନାଥ ଲେନରେ କିଛି ଚାଉଳ ଗୋଦାମ ଓ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲେ । ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ କରିଛି ପୋଲିସ । ଏହା ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଏକ ଘରୋଇ କମ୍ପାନୀର ବ୍ରାଣ୍ଡେଡ ପ୍ୟାକେଟରେ ନିମ୍ନମାନର ଚାଉଳ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା ।
ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ନକଲି ବ୍ରାଣ୍ଡ ପ୍ରସ୍ତୁତି ରାକେଟ ଚାଲିଥିବା ଘଟଣା ଜଣପଡିଥିଲା । ତେବେ ଏହି ବ୍ୟବସାୟ କେବଳ ରାଜ୍ୟ ଭିତରେ ଚାଲିଛି ନା ରାଜ୍ୟ ବାହାରକୁ ମଧ୍ୟ ଚାଲିଛି ସେନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ରାଉରକେଲା ଏସପି ।
ଘରୋଇ କମ୍ପାନୀର ବ୍ରାଣ୍ଡେଡ ପ୍ୟାକେଟରେ ନିମ୍ନମାନର ଚାଉଳ ଭର୍ତି କରି ବିକ୍ରି ଅଭିଯୋଗରେ ଏସପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ପଚରାଉଚରା ପରେ ବଡ଼ ରାକେଟ ସାମ୍ନାକୁ ଆସିଛି |












Leave a Reply