ମୁକ୍ତିଲାଭ କଲା ଶିକାର ; ଅମ୍ଲାନ ଏବଂ ଏଲିନାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ

ଭୁବନେଶ୍ବର,୧୨/୬ : ଏଥର ରଜ ବଜାରକୁ ଆହୁରି ସରଗରମ କରିବାକୁ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ଶିକାର” l ଭୁବନେଶ୍ୱର ସ୍ଥିତ କେଶରୀ ଟକିଜଠାରେ ଏହାର ପ୍ରିମିୟର ଶୋ ହୋଇଛି l କିଛି ବର୍ଷର ବ୍ୟବଧାନରେ ଅମ୍ଲାନ ବଡ ପରଦାରେ ନଜର ଆସୁଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଚଳଚ୍ଚିତ୍ରର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାର ପ୍ରିୟବ୍ରତ ପଣ୍ଡାଙ୍କ ସମେତ ମୁଖ୍ୟ ଅଭିନେତା ଅମ୍ଲାନ ଦାସ, ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଅଙ୍କିତ, ତାପସ ସରଘରିଆ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀଙ୍କ ସମେତ ଚଳଚ୍ଚିତ୍ର ସହିତ ଜଡିତ ଥିବା କ୍ରି୍ୟୁ ମେମ୍ବର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ବିଶେଷଜ୍ଞ, ଇନଫ୍ଲୁଏନ୍ସର୍ସ, ଗଣମାଧ୍ୟମ ପ୍ରତିନିଧି ମିଶି ଦେଖିଥିଲେ l କ୍ରାଇମ, ଥ୍ରୀଲର ସହିତ ଦମଡାର ଆକ୍ସନକୁ ନେଇ ମୁନ୍ ଟିଭି ମୁଭିଜ୍ ର ଏହି ସିନେମା ରଜରେ ଖୁବ୍ ମନୋରଞ୍ଜନ ଯୋଗାଇବା ପାଇଁ ପୁରା ସଜ ହୋଇଆସିଛି l

ରଜ ବଜାର ସର୍ବଦା ଓଲିଉଡ଼ ସିନେମା ତଥା ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥାଏ l କ୍ରାଇମ, ଆକ୍ସନ, ଥ୍ରୀଲର ଭରପୂର ଥିବା ଓଡ଼ିଆ ଚଳଚ୍ଚିତ୍ର ଶିକାର ପ୍ରତି ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ବେଶ୍ ଆଶାବାଦୀ। ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ରହିଛନ୍ତି ଜବରଦସ୍ତ ଷ୍ଟାର କାଷ୍ଟ l ଆକ୍ସନ ଷ୍ଟାର ଅମ୍ଲାନ, ଚୁଲବୁଲି ଏଲିନା ଏବଂ ନାୟିକା ସୁପ୍ରିୟା ଏବଂ ଅଙ୍କିତ ଭଳି କଳାକାର ରଜରେ ଦର୍ଶକଙ୍କୁ ବେଶ୍ ମଜା ଦେବେ l ବହୁ ଅଭିଜ୍ଞ ସିନେମାଟୋଗ୍ରାଫର ପ୍ରତାପ ରାଉତ ଚିତ୍ରତ୍ତୋଳନ ଦାୟିତ୍ୱ ନେଇଥିବା ବେଳେ ରାଜେଶ ଦାଶ ଫିଲ୍ମ ଟିର ସମ୍ପାଦନା କରିଛନ୍ତି l

ଟ୍ରେଣ୍ଡିଂ ମ୍ୟୁଜିକ ଡାଇରେକ୍ଟର ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଥିବା ଏବଂ ଅମିତ ନାୟକ ନୃତ୍ୟର ନିର୍ଦ୍ଦେଶନା ଦେଇଛନ୍ତି। ଅମ୍ଲାନଙ୍କ ଦମଦାର ଆକ୍ସନ ସାଙ୍ଗକୁ ଏବଂ ଏଲିନାଙ୍କ ଓକିଲ ଭୂମିକା ଦର୍ଶକଙ୍କୁ ମତୁଆଲା କରିବ l

Leave a Reply

Your email address will not be published. Required fields are marked *