ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁ ରେ ଘଟିଛି ଏକ ଦୁଖଦଃ ଘଟଣା | ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି | ମୃତକ ତପନ କୁମାର ପ୍ରଧାନ | ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ତାଙ୍କ ପାଇଁ ମହଙ୍ଗା ପଡ଼ିଛି।
ସୂଚନା ଅନୁଯାୟୀ, ତପନ ବିଭିନ୍ନ ସମୟରେ ବିଷାକ୍ତ ସାପ ଧରୁଥିଲେ। କୌଣସି ଘରେ ସାପ ପଶିଲେ ତାଙ୍କୁ ଡକାଯାଉଥିଲା। ସେ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରିବା ସହ ସୁରକ୍ଷିତ ଭାବେ କାବୁ କରିବାକୁ ଉଦ୍ୟମ କରୁଥିଲେ। ଏହି କାରଣରୁ ଅଞ୍ଚଳରେ ସେ ସାପ ଧରିବାରେ ଅଭ୍ୟସ୍ତ ଥିବା ଯୁବକ ଭାବେ ପରିଚିତ ଥିଲେ।ତେବେ ଶୁକ୍ରବାର ଅପରାହ୍ନରେ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ତପନ ରିଲ୍ସ କରୁଥିଲେ। ଏହି ସମୟରେ ସାପଟି ତାଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁରେ ଚୋଟ ମାରିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ।
ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ଆଶାରେ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରହିବା ଜରୁରୀ। ବେଳେବେଳେ ସାମାନ୍ୟ ଅସାବଧାନତା ମୃତ୍ୟୁ ର କାରଣ ପାଲଟି ଯାଏ |












Leave a Reply