ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: ଆଜି ପବିତ୍ର ମହାଳୟା। ୨୦୨୬ରେ ମହାଳୟା ଅକ୍ଟୋବର ୧୦ ଶନିବାରରେ ପଡ଼ିଛି।ଆଜି ସର୍ବ ପିତୃ ଅମାବାସ୍ୟା। ପିତୃପକ୍ଷ ଶେଷ, ଦେବୀପକ୍ଷ ଆରମ୍ଭ। ଅମାବାସ୍ୟା ତିଥି ଗତକାଲି ରାତି ୯:୩୫ରୁ ଆଜି ରାତି ୯:୧୯ ଯାଏ ରହିଛି | ପିତୃପକ୍ଷରେ ଯିଏ ଶ୍ରାଦ୍ଧ ଦେଇପାରିନଥିବ, ସେମାନେ ମହାଳୟାରେ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି ।
ଅନ୍ୟପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଅଧିକ ପସନ୍ଦ କରିଥାନ୍ତି। ଶ୍ରୀମନ୍ଦିର ଚାରିପଟେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ପାଇଁ ନେଇ ଭିଡ଼ ହୋଇଥାଏ। ଏଠାରେ ମହାପ୍ରସାଦ ସମର୍ପଣ କରି ପୂଜା କରିଥାନ୍ତି।
ଅନ୍ୟପଟେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ l ସକାଳ ୫ଟାରୁ ମାଆଙ୍କ ଧବଳମୁଖୀ ବେଶର ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି l ଭିଡକୁ ନଜରରେ ରଖି ଆଜି କେବଳ ୪ ନମ୍ବର ଗେଟ୍ ଦେଇ ଭକ୍ତମାନେ ମା ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ।












Leave a Reply