ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଆଉ ନାହାନ୍ତି ନାନା ପାଟେକର | ଗୋଆରେ ତାଙ୍କ ଘରେ ୭୫ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଥିଲେ ନାନା ପାଟେକର | ବନ୍ଧୁଙ୍କୁ ମେସେଜ କରିଥିଲେ “ଭଲ ଲାଗୁନି”, ମଣିପାଲ ହସ୍ପିଟାଲରେ ଡାକ୍ତର ପ୍ରାୟ ୪୫ ମିନିଟ୍ ପାଇଁ ତାଙ୍କୁ CPR କରାଯାଇଥିଲା, କିନ୍ତୁ ସେ ଆଉ ଫେରିନଥିଲେ। ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ଅଣାଯାଇଥିଲା, ଯେଉଁଠାରେ ଗତକାଲି ରାତିରେ ଡୋଞ୍ଜେ ଗାଁରେ ପୂର୍ଣ୍ଣ ରାଷ୍ଟ୍ର ସମ୍ମାନ ସହିତ ହଜାର ହଜାର ପ୍ରଶଂସକ ଏବଂ ଚଳଚ୍ଚିତ୍ର ଜଗତର କଳାକାରଙ୍କ ଗହଣରେ ନାନା ପାଟେକରଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ମହାରାଷ୍ଟ୍ର ସରକାର ତାଙ୍କୁ ପୂର୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିଛନ୍ତି। ସାଂସ୍କୃତିକ ମନ୍ତ୍ରୀ ଆଶିଷ ଶେଲାର ଘୋଷଣା କରିଥିଲେ। ଗତକାଲି ରାତିରେ ପୁଣେ ନିକଟ ଡୋଞ୍ଜେ ଫାର୍ମହାଉସରେ ଅନ୍ତିମ ସଂସ୍କାର ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ, ଜ୍ୟାକି ଶ୍ରଫ ଉପସ୍ଥିତ ଥିଲେ।
ତାଙ୍କ ଇଚ୍ଛା ଅନୁସାରେ ତାଙ୍କ ଫାର୍ମହାଉସରେ ହିଁ ଜୁଇ ଜଳିଥିଲା। ପୁଅ ମଲ୍ହାର ପାଟେକର ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ‘ନାନା ସାହେବ ଅମର ରହେ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ।
୧୯୭୮ରେ ‘ଗମନ’ରୁ ଯାତ୍ରା ଆରମ୍ଭ, ‘ପରିନ୍ଦା, କ୍ରାନ୍ତିବୀର, ପ୍ରହାର, ୱେଲକମ’ ଭଳି ଫିଲ୍ମରେ ଦମଦାର ଅଭିନୟ, ୩ଟି ଜାତୀୟ ପୁରସ୍କାର ଓ ପଦ୍ମଶ୍ରୀ ବିଜେତା ଥିଲେ। ପିଏମ ମୋଦି କହିଛନ୍ତି – “ତାଙ୍କ ତୀବ୍ରତା, ସ୍ୱତନ୍ତ୍ର ଉପସ୍ଥିତି ପିଢ଼ି ପିଢ଼ି ମନେ ରହିବ”।













Leave a Reply