ରାଜନୀତିରେ ପାଦ ଥାପିବେ ଆଇଏଏସ୍ ଦିବ୍ୟା ମିତ୍ତଲ 

ଭୁବନେଶ୍ୱର, ୨୯/୯: ପ୍ରଥମେ ଆଇଏଏସ୍ ପଦରୁ ଇସ୍ତଫା, ଏବେ ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା । ଏସବୁ ପ୍ରଶ୍ନର ପ୍ରହେଳିକାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି, ଦୀର୍ଘ ୧୩ ବର୍ଷର ଚାକିରିରେ ଚାକିରିରୁ ଇସ୍ତଫା ଦେଇଥିଲେ ଆଇଏଏସ୍ ଦିବ୍ୟା ମିତ୍ତଲ । ସେଦିନଠୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା, ଜଣେ ଦକ୍ଷ IAS, ଚାକିରି ଛାଡ଼ିଦେଲେ, ଏବେ କରିବେ କ’ଣ? ଆଗକୁ କିଛି ପ୍ଲାନ୍ କରିଛନ୍ତି କି?

ନିଜେ ଟ୍ବିଟର୍ X ରେ ଏକ ଭିଡ଼ିଓ ଜାରି କରି ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। କହିଛନ୍ତି… ଏଥର ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବି… ସମୟ ଆସିଗଲା, ରାଜନୀତି କରିବି, ଲୋକଙ୍କ ସହ ଲୋକଙ୍କ ପାଇଁ … କିଛି ଅଲଗା କରିକି ଦେଖାଇବି… କୌଣସି ପାର୍ଟିରୁ ନୁହେଁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବି ।

ବିଭିନ୍ନ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳୁଥିବାବେଳେ ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖକୁ ଅନୁଭବ କରିଛନ୍ତି । ସ୍ବାଧୀନତାର ୮ ଦଶନ୍ଧୀ ପରେ ବି ଆମ ଦେଶର ଅନେକ ଅଞ୍ଚଳରେ ଏବେବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ, ନା ପିଇବା ପାଇଁ ଲୋକଙ୍କ ପାଖରେ ପାଣି ଅଛି, ନା ପିଲାଙ୍କ ପାଇଁ ପାଠ ପଢ଼ିବାକୁ ସ୍କୁଲ, ନା ରୋଗ ଭଲ କରିବାକୁ ମେଡିକାଲ … ସରକାର ବଦଳୁଛନ୍ତି କିନ୍ତୁ ବଦଳୁନି ଳକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶା, ଏବେ ଏଭଳି ଲୋକଙ୍କ ପାଇଁ ରାଜନୀତି କରିବି।

ସିଷ୍ଟମ୍ ଭିତରେ ରହି ସମାଜ ପାଇଁ , ଲୋକଙ୍କ ପାଇଁ କାମ କରିବା ବେଳେ ଅନେକ ପ୍ରତିବନ୍ଧକ ଆସେ । ସେ ସବୁରୁ ଉପରକୁ ଯାଇ କାମ କରିବାର ସମୟ ଆସିଛି । ଆମ ଦେଶରେ ଯିଏ ପ୍ରଶ୍ନ ପ୍ରଶ୍ନ ପଚାରେ ତାକୁ ଡରାଯାଏ , କାହା ବିରୋଧରେ ଏଫଆଇଆର୍ ଦେଇ, କାହାକୁ ଟ୍ରୋଲ କରିକି ତା ଆଉ କାହାକୁ ବଦଳି ପରେ ବଦଳି କରି ଡରାଯାଏ । ଏଥିପାଇଁ ତ ଭଲ ଲୋକ ରାଜନୀତିକୁ ଆସିବାକୁ ଡରନ୍ତି । ମୋତେ ଏହି ଧାରାକୁ ବଦଳାଇବାର ଅଛି। ତେଣୁ ମୁଁ ଡରିବିନି, ପ୍ରଶ୍ନ ପଚାରିବି ।

୨୦୧୩ ବ୍ୟାଚ୍ UPSC AIR-68, IIT ଦିଲ୍ଲୀ ଓ IIM ବାଙ୍ଗାଲୋର ପଢ଼ୁଆ ଦିବ୍ୟା ମିତ୍ତଲ ଅଗଷ୍ଟ  ୩୦ରେ ୧୩ ବର୍ଷ ପରେ IASରୁ ଇସ୍ତଫା ଦେଇଥିଲେ । ସେପ୍ଟେ ୧୪-୧୫ରେ ଗୃହୀତ – ଶେଷ ପୋଷ୍ଟିଂ ଲକ୍ଷ୍ନୌ ରାଜସ୍ୱ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

Leave a Reply

Your email address will not be published. Required fields are marked *