ଭୁବନେଶ୍ଵର, ୨୯/୯: ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ ସରଗରମ ହୋଇପଡ଼ିଛି ରାଜ୍ୟ ରାଜନୀତି। ବିରୋଧୀ ସରକାରକୁ ଘେରି ଥିବା ବେଳେ, ଏବେ ଓଡ଼ିଶା ସରକାରଙ୍କୁ କୈଫତ୍ ମାଗିଛି ପିଏମଓ । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଜବାବ ଲୋଡ଼ିଛି । PMOର ନିର୍ଦ୍ଦେଶ କ୍ରମେ, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ‘ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ‘ ଓଡ଼ିଶା ‘ସ୍କୁଲ୍ ଓ ଗଣଶିକ୍ଷା ବିଭାଗ‘ ନିକଟରୁ ଏହି ବିଷୟରେ ଜବାବ ତଲବ କରାଯାଇଛି ।PMO ରେଫରେନ୍ସ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ School Education & Literacy ବିଭାଗ ରାଜ୍ୟ S&ME ବିଭାଗକୁ ଜବାବ ମାଗିଛି – କାହିଁକି ଭୁଲ୍ ହେଲା, କେମିତି ହେଲା, କେତେ ଖର୍ଚ ହେଲା, କିଏ ଦାୟୀ ।
ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକର ମୁଦ୍ରଣ ଓ ବଣ୍ଟନ ପଛରେ କୋଟି କୋଟି ଟଙ୍କାର ଦୁର୍ନୀତି ରହିଥିବା ନେଇ ଆରଟିଆଇ (RTI) କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ପରେ PMO ଏହି ପଦକ୍ଷେପ ନେଇଛି ।
ସରକାରୀ ପ୍ରେସ୍ର ଜଣେ ଡେପୁଟି ଡାଇରେକ୍ଟର ପାହ୍ୟାର ଅଧିକାରୀ ଏହି ଦୁର୍ନୀତି ଚକ୍ରରେ ସାମିଲ ଅଛନ୍ତି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ । ସେ ଅଭିଯୋଗ କରିଛନ୍ତି ଯେ ବାଣିଜ୍ୟ ବିଭାଗର ଅଧିକାରୀ ହୋଇ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ୨୦୨୨ ମସିହାରୁ ଅନଧିକୃତ ଭାବେ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ପରିଚାଳନା କରୁଛନ୍ତି । ଯାହାକି ଆଇନଗତ ଭାବେ ‘ସ୍କୁଲ୍ ଓ ଗଣଶିକ୍ଷା ବିଭାଗ’ର କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ । ଉକ୍ତ ଅଧିକାରୀ ନିଜ ପତ୍ନୀଙ୍କ ମାଲିକାନାରେ ଥିବା ଏକ ଘରୋଇ ସଂସ୍ଥା ମାଧ୍ୟମରେ ଲାଭଜନକ ମୁଦ୍ରଣ ଓ ଯୋଗାଣ ଚୁକ୍ତିନାମାଗୁଡ଼ିକୁ ବ୍ୟବସ୍ଥିତ ଭାବେ ହାସଲ କରୁଥିଲେ । ଯାହା ସ୍ପଷ୍ଟ ଭାବେ ‘ସ୍ୱାର୍ଥର ସଂଘର୍ଷ’ (conflict of interest) ବା ନିଜ ପଦବୀର ଅପବ୍ୟବହାରର ଏକ ଉଦାହରଣ ।
ସରକାର ସ୍ୱୀକାର କରିଛନ୍ତି ୧ରୁ ୮ମ ଶ୍ରେଣୀ ୧୭୫ କୋଟିର ବହିରେ ୧,୭୪୧ ତ୍ରୁଟି – ୮ମ ବିଜ୍ଞାନରେ ସର୍ବାଧିକ ୨୯୪, ୧୦୭୫ ବ୍ୟାକରଣ ଭୁଲ୍ । ୩ ସଦସ୍ୟୀୟ ତଦନ୍ତ କମିଟି TE & SCERTକୁ ଦାୟୀ କରିଛି ।












Leave a Reply