ଅକ୍ଟୋବର ୧ରୁ ‘ସେବା ସେତୁ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୯/୯: ଆସନ୍ତା ଅକ୍ଟୋବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବ୍ୟାପକ ‘ସେବା ସେତୁ’ ଅଭିଯାନ। ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ନିକଟତର କରିବା ଉଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ ସହଜ, ସରଳ ଏବଂ ତ୍ୱରିତ ଭାବେ କିପରି ସରକାରୀ ସୁବିଧା ଯୋଗାଇ ଦିଆଯିବ ଏହି ଅଭିଯାନର ମୂଳ ଉଦେଶ୍ୟ |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲୁଥିବା ‘ସେବା ସଂକଳ୍ପ’ ଅଭିଯାନର ଅଂଶବିଶେଷ |

ଗୋଟିଏ ଛାତ ତଳେ କିପରି ସାଧାରଣ ଲୋକ ସମସ୍ତ ସରକାରୀ ସେବା ପାଇବେ ଏହି ଅଭିଯାନ ର ମୂଳ ଲକ୍ଷ୍ୟ |ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଓ ବ୍ଲକ ସ୍ତରରେ ‘ସେବା ସେତୁ’ ଶିବିର ପରିଚାଳିତ ହେବ। ଏହି କ୍ୟାମ୍ପଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯିବା ସହ ସ୍ଥାନପ୍ରାପ୍ତ ନାଗରିକଙ୍କ ପଞ୍ଜୀକରଣ, ଆବେଦନ ଓ ଆବଶ୍ୟକୀୟ ନଥିପତ୍ର ଯାଞ୍ଚ ସ୍ପଟରେ ହିଁ ସମ୍ପାଦନ କରାଯିବ। ଫଳରେ ଯୋଗ୍ୟ ଲୋକଙ୍କୁ ଯୋଜନାର ଲାଭ ପାଇବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଚକ୍କର କାଟିବାକୁ ପଡ଼ିବ ନାହିଁ। ​​​​​​​ ପ୍ରତ୍ୟେକ ବ୍ଲକରେ ‘ସେବା ସେତୁ କେନ୍ଦ୍ର’ ସୁଚାରୁ ପରିଚାଳନା ପାଇଁ ପ୍ରତ୍ୟେକ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ‘ସେବା ସେତୁ କେନ୍ଦ୍ର’ ସ୍ଥାପନ କରାଯାଉଛି।

କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତି, ହିତାଧିକାରୀଙ୍କ ଡାଟାବେସ୍ ପ୍ରସ୍ତୁତି ଏବଂ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି। ସେବାରୁ ସମୃଦ୍ଧି ଓ ବିକଶିତ ଓଡ଼ିଶା ମନ୍ତ୍ରୀ ଡଃ ମହାପାତ୍ର ପ୍ରେସ ବାର୍ତ୍ତାରେ କହିଛନ୍ତି, “ସରକାରୀ ଯୋଜନାର ସୁଫଳ ଯେପରି ସମାଜର ଶେଷ ସୀମାନ୍ତରେ ଥିବା ବ୍ୟକ୍ତି ପାଖରେ ପହଞ୍ଚିପାରିବ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

Leave a Reply

Your email address will not be published. Required fields are marked *