ଭୁବନେଶ୍ୱର ୨୬/୯: କିକ୍ୱିଟରୁ ରାଜଧାନୀ କିନସାସା ଯାଉଥିବା କଙ୍ଗୋ ସେନାର ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି | ଫଳରେ କେଙ୍ଗେ (Kwango ପ୍ରଦେଶ)ରେ ଜରୁରୀ ଅବତରଣ ବେଳେ ଆବାସିକ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି | ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ଦେଶର ଦୁଇ ଜଣ ବରିଷ୍ଠ ସେନା ଅଧିକାରୀ ମଧ୍ୟ ରହିଛନ୍ତି। ମୃତକଙ୍କ ମଧ୍ୟରେ ୨ ବରିଷ୍ଠ ଜେନେରାଲ – ଲେଫ୍ଟନାଣ୍ଟ ଜେନେରାଲ ମୁଟୋମ୍ବୋ କାଟାଲାୟୀ ଟିଏଣ୍ଡେ (ସାମରିକ କୋର୍ଟ ମୁଖ୍ୟ) ଏବଂ ଲେଫ୍ଟନାଣ୍ଟ ଜେନେରାଲ ବାକୁମି ଲିକୁଲିଆ (ଅଡିଟର ଜେନେରାଲ) | କଙ୍ଗୋ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିମାନଟି ଦକ୍ଷିଣ-ପଶ୍ଚିମ କଙ୍ଗୋର କିକ୍ୱିଟ୍ରୁ ରାଜଧାନୀ କିନ୍ଶାସା ଫେରୁଥିଲା। ତେବେ କେଙ୍ଗେ ଅଞ୍ଚଳରେ ଥିବା ସମୟରେ ବିମାନରେ ସମସ୍ୟା ଦେଖାଦେଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଜରୁରୀ ଅବତରଣ ପାଇଁ ପାଇଲଟ୍ ସ୍ଥାନ ଖୋଜୁଥିବା ବେଳେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି । ମୃତକଙ୍କ ମଧ୍ୟରେ ୨ ବରିଷ୍ଠ ସେନା ଅଧିକାରୀ: କଙ୍ଗୋ ସେନାର ପ୍ରବକ୍ତା ମେଜର ଜେନେରାଲ୍ ଏଫୋମି ଏକେଙ୍ଗେଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ସେନା ଅଧିକାରୀ ଥିଲେ।
ବିମାନରେ ଟେକ୍ନିକାଲ୍ ସମସ୍ୟା ଦେଖାଦେଇଥିବା ରିପୋର୍ଟ ରହିଥିଲେ ମଧ୍ୟ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କଙ୍ଗୋ ସେନା ଘଟଣାର ତଦନ୍ତ ଆରମ୍ଭ କରିଛି। ବିମାନ ଦୁର୍ଘଟଣାର ସମସ୍ତ ପରିସ୍ଥିତି ଯାଞ୍ଚ କରାଯାଉଛି ଏବଂ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ।












Leave a Reply